30.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶରିଲ୍ସ କରିବା ହେଲା କାଳ ; ଚାଲିଗଲା ଯୁବକଙ୍କ ଜୀବନ

ରିଲ୍ସ କରିବା ହେଲା କାଳ ; ଚାଲିଗଲା ଯୁବକଙ୍କ ଜୀବନ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲାରେ ରିଲ୍ସ କରିବା ନିଶାରେ ମାତି ଜଣେ ଯୁବକ ଶହେ ଫୁଟ ଉଚ୍ଚରୁ ପାଣିକୁ ଡେଇଁ ପଡ଼ିଥିଲେ। ଫଳରେ ପାଣିରେ ବୁଡି ଯୁବକ ବୁଡି ଯାଇଥିଲେ। ବହୁ ଖୋଜାଖୋଜି ପରେ ପାଣି ଭିତରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ସୂଚନା ଅନୁସାରେ, ଝାଡ଼ଖଣ୍ଡର ସାହିଗଗଞ୍ଜ ଜିଲ୍ଲାର କରମ ପାହାଡ଼ ନିକଟରେ ଏକ ପଥର ଖାଦାନ ରହିଛି। ସେଠାରେ ଏକ ଗଭୀର ସ୍ଥାନରେ ପାଣି ଜମି ରହିଛି। ତେଣୁ ବହୁ ପର୍ଯ୍ୟଟକ ସେଠାକୁ ବୁଲାବୁଲି କରିବାକୁ ଆସିଥାନ୍ତି। ସେହିଭଳି ଜଣେ ଯୁବକ ନିଜର କିଛି ସାଙ୍ଗଙ୍କ ସହ ସେଠାକୁ ବୁଲିବାକୁ ଯାଇଥିଲେ। ଉକ୍ତ ସମୟରେ ସେ ରିଲ୍ସ କରିବା ପାଇଁ ପ୍ରାୟ ଶହେ ଫୁଟ ଉଚ୍ଚରୁ ପାଣିକୁ ଡେଇଁଥିଲେ। ଦୀର୍ଘ ସମୟ ଧରି ସେ ପାଣିରୁ ନ ବାହାରିବାରୁ ସାଙ୍ଗମାନେ ତାଙ୍କୁ ଖୁବ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କିଛି ପତ୍ତା ନ ମିଳିବାରୁ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସାଙ୍ଗମାନେ। ଅଗ୍ନିଶମ କର୍ମଚାରୀ ବହୁ ଖୋଜିବା ପରେ ପାଣିରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ଏହି ଅଘଟଣ ପରେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking