36.1 C
Bhubaneswar
Wednesday, June 19, 2024
Homeଅପରାଧଯୁବତୀ, ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଯୁବତୀ, ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ପୋଲ ତଳୁ ଯୁବତୀ, ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଠାରଙ୍ଗ ଗାଁରେ ଏହି ଅଘଟଣ ଘଟିଛି। ନିଖୋଜର ୧୦ ଦିନ ପରେ ମିଳିଛି ଯୁବକ, ଯୁବତୀଙ୍କ ମୃତଦେହ ।ଏକ ପୋଲ ନିକଟରୁ ଦୁଇ ଜଣଙ୍କର ମୃତଦେହ ଠାବ କରାଯାଇଛି। ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକ। ମୃତ ଯୁବକଙ୍କ ଘର ଅଠାରଙ୍ଗ ପଞ୍ଚାୟତ ଉତ୍ତଳମା ଗାଁରେ। ସେହିପରି ଯୁବତୀଙ୍କ ଘର ହୀରାପୁର ପଞ୍ଚାୟତ ଲାଠିପଡା ଗାଁରେ। ନିଖୋଜ ସମ୍ପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା। ଯୁବକ , ଯୁବତୀଙ୍କୁ ହତ୍ୟା ପରେ ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଳିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking