29.1 C
Bhubaneswar
Thursday, May 7, 2026
Homeଓଡିଶାକାମୁଡ଼ିଲା ସାପ, ଚାଲିଗଲା ଜୀବନ

କାମୁଡ଼ିଲା ସାପ, ଚାଲିଗଲା ଜୀବନ

କାମୁଡ଼ିଲା ସାପ, ଚାଲିଗଲା ଜୀବନ । ବିଷାକ୍ତ ସାପ କାମୁଡ଼ାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଫୁଲବାଣୀ ସଦର ଥାନା ଅନ୍ତର୍ଗତ ରାଣୀପଥର ଗ୍ରାମରେ ଘଟିଛି ଏଭଳି ଅଘଟଣ। ମୃତ ବ୍ୟକ୍ତି ହେଉଛନ୍ତି ରାଣୀପଥର ଗ୍ରାମର ଚମ୍ପେଶ୍ୱର୍ ବେହେରା। ସୂଚନା ଅନୁସାରେ , ବୁଧବାର ବିଳମ୍ବିତ ରାତିରେ ଚମ୍ପେଶ୍ଵର ବେହେରା ଖାଇସାରି ସୌଚ ହେବା ପାଇଁ ଘରେ ଥିବା ସୌଚାଳୟକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ତେଣୁ ସଙ୍ଗେ ସଙ୍ଗେ ଚମ୍ପେଶ୍ଵର ଘରକୁ ଆସି ପରିବାର ଲୋକଙ୍କୁ ସାପ କାମୁଡିବା ବିଷୟରେ ଜଣାଇଥିଲେ । ଏହାପରେ ତୁରନ୍ତ ପରିବାର ଲୋକେ ସୌଚାଳୟ ଯାଇ ସାପକୁ ଖୋଜିଥିଲେ ହେଲେ ସାପର କୌଣସି ପତ୍ତା ପାଇନଥିଲେ। ଏହାପରେ ଧୀରେ ଧୀରେ ଚମ୍ପେଶ୍ଵରଙ୍କ ଦେହ ଜ୍ୱାଳା ପୋଡ଼ା ହେବାରୁ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ପରିବାର ଲୋକେ ଅଟୋ ରିକ୍ସାରେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ନେଇ ଆସିଥିଲ। ହେଲେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଚମ୍ପେଶ୍ଵରଙ୍କ ମୃତ୍ୟୁ ଘଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking