27.1 C
Bhubaneswar
Saturday, July 27, 2024
Homeଖେଳଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କଲେ ସୁନୀଲ ଛେତ୍ରୀ

ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ : ଭାରତୀୟ ଟିମର ଅଧିନାୟକ ତଥା ମହାନ ଖେଳାଳି ସୁନୀଲ ଛେତ୍ରୀ ଗୁରୁବାର ଦିନ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଜୁନ ୬ରେ ଖେଳାଯିବାକୁ ଥିବା କୁଏଟ ବିପକ୍ଷ ମୁକାବିଲା ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ହେବ । ସୋସିଆଲ ମିଡିଆ ଆକାଂଉଟ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ସୁନୀଲଙ୍କ ଅବସର ଘୋଷଣା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ମଧ୍ୟ ଟୁଇଟ କରାଯାଇଛି । ଆପଣଙ୍କ କ୍ୟାରିୟର ଅସାଧାରଣ ନ ଥିଲା । ଭାରତୀୟ କ୍ରୀଡା ପ୍ରତି ଆପଣଙ୍କ ଯୋଗଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ବିସିସିଆଇ ପକ୍ଷରୁ ଲେଖାଯାଇଛି । ପାକିସ୍ତାନ ବିପକ୍ଷରେ ୨୦୦୫ରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଆନ୍ତର୍ଜାତୀୟସ୍ତରରେ ୯୪ ଗୋଲ ସ୍କୋର କରି ସେ ୪ର୍ଥ ସ୍ଥାନରେ ରହିଛନ୍ତି । ୨୦୧୧ରେ ଅର୍ଜୁନ ପୁରସ୍କାର ଓ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । କ୍ଲବସ୍ତରୀୟ ମୁକାବିଲାରେ ସେ ୩୬୫ ମ୍ୟାଚ ଖେଳି ୧୫୮ ଗୋଲ ସ୍କୋର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking