34.1 C
Bhubaneswar
Saturday, May 18, 2024
Homeଓଡିଶାବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର

ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର

ଜଟଣୀ: ସ୍ଥାନୀୟ ପାନୀୟଜଳ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉକ୍ତ ବିଭାଗର ପାଣି ଟାଙ୍କି କେନ୍ଦ୍ର ପରିସରର ପଛପଟ ଦିଗରେ ବୁଦୁବୁଦିଆ ଜଙ୍ଗଲ ମଧ୍ୟରେ ଥିବା ଏକ ଗଛ ଡାଳରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ଶବକୁ ପୁଲିସ ପକ୍ଷରୁ ଉଦ୍ଧାର କରାଯାଇଛି । ମୃତକ ଜଣକ ଚେକ୍ ସାର୍ଟ ଓ ପ୍ୟାଣ୍ଟ ପିନ୍ଧିଥିବା ଅବସ୍ଥାରେ ଦେଖିବାକୁ ମିଳିଥିବା ବେଳେ ସେ ବାଘମାରୀ ଥାନା ଅନ୍ତର୍ଗତ ପରିଛଳ ଗ୍ରାମର ବସନ୍ତ କୁମାର ସେଠୀ (୬୧) ବୋଲି ଜଣାପଡ଼ିଛି ।

ସେ ପାନୀୟଜଳ ଯୋଗାଣ ବିଭାଗରେ ପୂର୍ବରୁ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ ବୋଲି ଶବ ଚିହ୍ନଟ ସମୟରେ ମୃତକଙ୍କ ପୁଅ ପ୍ରଶାନ୍ତ ସେଠୀ ପ୍ରକାଶ କରିଛନ୍ତି । ସେ ଦୁଇଦିନ ତଳେ ବାଲିଛକ ସାହି ଅଞ୍ଚଳରେ ଭଡ଼ାଘରେ ରହୁଥିବା ପୁଅ ପାଖକୁ ଆସିଥିଲେ । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ କାରଣ ଏକ ପ୍ରକାର ସ୍ପଷ୍ଠ ହେବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking