32.1 C
Bhubaneswar
Friday, April 26, 2024
Homeଓଡିଶାଦୋକାନ ସମ୍ମୁଖରେ ବିଧବାଙ୍କ ଧାରଣା

ଦୋକାନ ସମ୍ମୁଖରେ ବିଧବାଙ୍କ ଧାରଣା

ନିଶ୍ଚିନ୍ତକୋଇଲି : ବୁଧବାର ନିଶ୍ଚିନ୍ତକୋଇଲି ବ୍ଲକ୍ କଟିକଟା ବଜାରରେ ଥିବା ଏକ ଦୋକାନ ଗୃହର ପ୍ରକୃତ ମାଲିକାନାକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଛି । ଜଣେ ବିଧବା ଦୋକାନ ସମ୍ମୁଖରେ ଧାରଣା ଜାରି ରଖିବା ହେତୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି । କଟିକଟା ବଜାରରେ ବନ୍ଧକାଟିଆ ଗ୍ରାମ ପଞ୍ଚାୟତ ହରିରାଜପୁର ଗ୍ରାମର ଦଳିତ ରାମଚନ୍ଦ୍ର ବେହେରାଙ୍କ ୨ପୁତ୍ର ଧନେଶ୍ୱର ବେହେରା ଓ କାର୍ତ୍ତିକ ବେହେରା ଏକ ଜଳଖିଆ ଦୋକାନ ଖୋଲି ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ । ଧନେଶ୍ୱର ବେହେରା ଓ କାର୍ତ୍ତିକ ଏହି ଦୋକାନ ଘର ତାଙ୍କର ବୋଲି ଦାବି କରି ଆସୁଥିଲା ବେଳେ ତେବେ ଅସୁରେଶ୍ୱର ପଞ୍ଚାୟତ କୂଳଗାଁ ଈଶାଳୋ ଗ୍ରାମର ଗଣେଶଚନ୍ଦ୍ର ଖୁଣ୍ଟିଆଙ୍କ ନାମରେ ଏହି ଦୋକାନ ଘରର ମାଲିକାନା ସତ୍ତ୍ୱ ରହିଛି । ଶ୍ରୀ ଖୁଣ୍ଟିଆଙ୍କ ମୃତ୍ୟୁ ପରେ ଦୋକାନରେ କାର୍ଯ୍ୟ କରୁଥିବା ଧନେଶ୍ୱର ଓ କାର୍ତ୍ତିକକୁ ଶ୍ରୀ ଖୁଣ୍ଟିଆଙ୍କ ପରିବାର କାଳେ ଭଡ଼ା ସୂତ୍ରରେ ଦେଇଥିଲେ । ଦୋକାନ ତୁରନ୍ତ ଖାଲି କରି ତାଙ୍କୁ ହସ୍ତାନ୍ତର କରିବା ଦାବି ନେଇ ସ୍ୱର୍ଗତ ଖୁଣ୍ଟିଆଙ୍କ ବିଧବା ପତ୍ନୀ ଉର୍ମିଳା ବୁଧବାର ଦିନ ସକାଳୁ ଦୋକାନ ସମ୍ମୁଖରେ ଧାରଣାରେ ବସିଛନ୍ତି । ନିଶ୍ଚିନ୍ତକୋଇଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବିବାଦର ଆପୋଷ ସମାଧାନ କରିବା ନିମନ୍ତେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ରିପୋର୍ଟ ଲେଖାହେଲା ବେଳକୁ ବିବାଦର କୌଣସି ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିନାହିଁ । ବିଧବା ମହିଳା ଜଣକ ଶୀତ କାକରରେ ଧାରଣାରେ ବସିଛନ୍ତ । ଏହି ଘଟଣାଟି ନେଇ ଏଠାରେ ଉତ୍ତେଜନା ସୃଷ୍ଟି କରିଛି । ଏଠାରେ ସୂଚନାଯୋଗ୍ୟ ଏହି ଦୋକାନ ଗୃହର ମାଲିକାନା ସତ୍ତ୍ୱକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଗତ ୯ତାରିଖ ରାତ୍ରରେ ମାଡ଼ପିଟ ହୋଇଥିଲା । ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ପ୍ରଶାସନ ତରଫରୁ ତୁରନ୍ତ ଏହି ଘଟଣା ଉପରେ ହସ୍ତକ୍ଷେପ କରାନଗଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking