26.1 C
Bhubaneswar
Friday, March 29, 2024
Homeଓଡିଶାବିଡିଓଙ୍କୁ ବଦଳି ଦାବିରେ ଧାରଣା ସହ ବନ୍ଦ ପାଳନ

ବିଡିଓଙ୍କୁ ବଦଳି ଦାବିରେ ଧାରଣା ସହ ବନ୍ଦ ପାଳନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ର ବିଡିଓ ବିଶ୍ୱଜିତ ବର୍ମନ ଅନେକ ଦୁର୍ନୀତିରେ ଲିପ୍ତ ଥିବାରୁ ତାଙ୍କ ବଦଳି କରିବା ଦାବି ନେଇ ଖଇରପୁଟ ବ୍ଲକ୍‌ର ନିର୍ବାଚିତ ପ୍ରତିନଧିମାନଙ୍କ ଧାରଣା ଦ୍ୱିତୀୟ ଦିନରେ ପହଞ୍ôଚ ଥିବା ବେଳେ ଗୁରୁବାର ବନ୍ଦ ପାଳନ କରାଯାଇଛି । ଖଇରପୁଟ ବ୍ଲକ୍ ଅଧ୍ୟକ୍ଷା କୁମୁଦିନୀ କିରସାନିଙ୍କ ନେତୃତ୍ୱରେ ନିର୍ବାଚିତ ପ୍ରତିନିଧି ଓ ସ୍ଥାନୀୟ ଲୋକେ ବିଡିଓ କାମର କାର୍ଯ୍ୟାଦେଶ ପ୍ରଦାନ ଓ ବିଲ୍ ପାସ୍ କରିବାକୁ ଅର୍ଥ ଦାବି କରୁଥିବା, ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ୫ ଶହ ଟଙ୍କା ଦାବି କରିବା, ଶୌଚାଳୟ ପାଇଁ ୨ ଶହ ଟଙ୍କା ଆଦାୟ କରୁଥିବା, ସ୍ୱୟଂସହାୟକ ଗୋଷ୍ଠୀଙ୍କ ଋଣ ଆବେଦନ ଓ ମଞ୍ଜୁର ପାଇଁ ସଙ୍ଗେ ସଙ୍ଗେ ଉନ୍ନୟନ କାର୍ଯ୍ୟର ବିଲ୍ ମଞ୍ଜୁର ପାଇଁ ଶତକଡ଼ା ୫ ପ୍ରତିଶତ ଆଦାୟ କରିବା, ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଶିକ୍ଷକଙ୍କଠାରୁ ମଧ୍ୟ ଅର୍ଥ ଆଦାୟ କରି ଦୁର୍ନୀତିରେ ଲିପ୍ତ ଥିବାରୁ ତାଙ୍କୁ ତୁରନ୍ତ ବଦଳି କରିବା ଦାବିରେ ଆଜି ୨ୟ ଦିବସରେ ମଧ୍ୟ ବ୍ଲକ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଏଥିଯୋଗୁଁ ବ୍ଲକ୍ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।
ଅନ୍ୟପକ୍ଷରେ ବନ୍ଦ ଯୋଗୁଁ ଉକ୍ତ ଅଞ୍ଚଳରେ ଦୋକାନ ବଜାର, ବ୍ୟାଙ୍କ, ପୋଷ୍ଟ ଅଫିସ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ବନ୍ଦ ରହିଛି । ସେହିପରି ବାଲିମେଳା, ଚିତ୍ରକୋଣ୍ଡାରୁ ଜୟପୁର ଯାଉଥିବା ସମସ୍ତ ଯାନବାହାନ ରାସ୍ତାର ଉଭୟ ପଟରେ ଅଟକି ରହିଛି । ଫଳରେ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିବା ପରିଲକ୍ଷିତ ହୋଇଛି । ସେପଟେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଘଟଣାସ୍ଥଳରେ ପହଞ୍ôଚ ତୁରନ୍ତ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking