35.1 C
Bhubaneswar
Saturday, May 4, 2024
Homeଓଡିଶାଚିକିତ୍ସାଧୀନ ଦନ୍ତା ହାତୀର ମୃତ୍ୟୁ

ଚିକିତ୍ସାଧୀନ ଦନ୍ତା ହାତୀର ମୃତ୍ୟୁ

ସୁନ୍ଦରଗଡ : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଦନ୍ତା ହାତୀ । ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୀ ରେଞ୍ଜର ଖେସରା ଜଙ୍ଗଲରେ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି । ମୃତ ହାତୀଟିର ବୟସ ଜଣାପଡ଼ିନାହିଁ । କିଛିଦିନ ହେଲା ଦନ୍ତା ହାତୀଟି ଅସୁସ୍ଥ ହୋଇ କୋଇଡା ରେଞ୍ଜରେ ଘୁରି ବୁଲୁଥିଲା । ପରେ ବାଙ୍କୀ ରେଞ୍ଜକୁ ଚାଲି ଆସିଥିଲା । ହାତୀଟି ଅସୁସ୍ଥ ଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ହାତୀକୁ ଟ୍ରାକ୍ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ପରେ ବନ ବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିଥିଲା । ଆଜି ସକାଳେ ଦନ୍ତା ହାତୀର ମୃତ୍ୟୁ ଘଟିଛି । ହାତୀର ଶବ ବ୍ୟବଚ୍ଛେଦ କରିବା ପରେ ତାକୁ ପୋତି ଦିଆଯାଇଛି । ହାତୀଟିର କିପରି ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking