28.1 C
Bhubaneswar
Wednesday, May 22, 2024
Homeଓଡିଶାଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଲା ଟ୍ରାକ୍ଟର ; ହେଲପର ମୃତ

ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଲା ଟ୍ରାକ୍ଟର ; ହେଲପର ମୃତ

କଟକ :କଟକ ଜିଲ୍ଲା ସାଲେପୁର ଥାନା ଭୋଟ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । କେନାଲ ଭିତରକୁ ଓଲଟିଲା ଟ୍ରାକ୍ଟର । ଯେଉଁଥିରେ ଚାପି ହୋଇ ଜଣେ ନାବାଳକର ହେଲପରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଟ୍ରାକ୍ଟରଟି କୈାଣସି ଏକ କାମରେ ଯାଉଥିବା ବେଳେ ଭୋଟ ନିକଟରେ ଗାଡିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ହେଲପର ଜଣଙ୍କ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି । ଏବଂ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ତେବେ ଖବର ପାଇ ସାଲେପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking