34.1 C
Bhubaneswar
Saturday, May 18, 2024
Homeଓଡିଶା୧୦ ରେ ମୋଦିଙ୍କ ରୋଡ୍ ସୋ

୧୦ ରେ ମୋଦିଙ୍କ ରୋଡ୍ ସୋ

ଭୁବନେଶ୍ୱର :  ଆସନ୍ତା ସପ୍ତାହରେ ପୁଣି ୨ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଆସିବେ । ୫ ଓ ୬ ତାରିଖ ଗସ୍ତ ପରେ ୧୦ ରେ ପୁଣି ଆସିବେ ପ୍ରଧାନମନ୍ତ୍ରୀ ଏବଂ ୧୦ ରେ ଭୁବନେଶ୍ୱରରେ ରୋଡ୍ ସୋ କରିବେ । ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ଯୋଗଦେବେ । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କାଲି ରାତିରେ ସ୍ବତନ୍ତ୍ର ବିମାନରେ ପହଞ୍ଚିବେ ଏବଂ  ଭୁବନେଶ୍ୱରରେ ରହିବେ। ଏଠାରୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୁଲିସ। ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ। ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ମୋଦିଙ୍କ ଗସ୍ତ ବେଳେ ‘ନୋ ଡ୍ରୋନ୍ ଫ୍ଲାଇଂ’ ଜୋନ୍ କରାଯିବ । ଆଜି ସନ୍ଧ୍ୟାରେ କାରକେଡ୍ ରିହର୍ସାଲ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking