36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଚାଷ ଜମିରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ସେନା ହେଲିକପ୍ଟର୍‌

ଚାଷ ଜମିରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ସେନା ହେଲିକପ୍ଟର୍‌

ମହାରାଷ୍ଟ୍ର : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସେନା ହେଲିକପ୍ଟର। ଚାଷ ଜମିରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ। ଅଳ୍ପକେ ବର୍ତ୍ତିଲେ ୪ ଯବାନ। ମହାରାଷ୍ଟ୍ରର ଏରଣ୍ଡୋଲି ଗାଁରେ ଘଟିଛି ଏଭଳି ଘଟଣା। ସୂଚନା ମୁତାବକ , ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ସ୍ଥିତ ଏରଣ୍ଡୋଲି ଗାଁରେ ଥିବା ଚାଷ ଜମିରେ ଭାରତୀୟ ସେନାର ଏକ ହେଲିକପ୍ଟର ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ତେବେ ପ୍ରକୃତ କାରଣ ସାମ୍ନାକୁ ଆସିନଥିବା ବେଳେ ଟେକ୍ନିକାଲ ତ୍ରୁଟି ଯୋଗୁ ପାଇଲଟ୍‌ଙ୍କୁ ଏଭଳି କରିବାକୁ ପଡିଥିବା କୁହାଯାଉଛି।

ଆଜି ସକାଳ ସଢ଼େ ୧୧ଟାରେ ଏହି ଘଟଣା ଘଟିଛି। ହେଲିକପ୍ଟର ଚାଷ ଜମିରେ ଓହ୍ଲାଇବା ପରେ ଏହାକୁ ଦେଖିବାକୁ ଗାଁ ଲୋକଙ୍କ ଭିଡ ଜମିଥିଲା। ହେଲିକପ୍ଟର୍‌ରେ ଥିବା ସମସ୍ତ ୪ ଯବାନ ସୁରକ୍ଷିତ ଥିବା ସୂଚନା ମିଳିଛି। ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଭାରତର ଏକ ବିମାନ ପାକିସ୍ତାନରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା। ହାଇଦ୍ରାବାଦରୁ ଦୁବାଇ ଯାଉଥିବା ଏକ ଯାତ୍ରୀବାହୀ ବିମାନଟିକୁ ରାସ୍ତାରେ ମେଡିକାଲ ଏମରଜେନ୍ସି ଯୋଗୁ ପାକିସ୍ତାନର କରାଚି ବିମାନ ବନ୍ଦରରେ ଲ୍ୟାଣ୍ଡ କରାଯାଇଥିବା ସ୍ପାଇସ୍‌ଜେଟ୍ ସୂଚନା ଦେଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking