30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶ୨୦୨୪ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ସରିଲା ପ୍ରଚାର; ୧୩ ରାଜ୍ୟର ୮୮ ଆସନରେ...

୨୦୨୪ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ସରିଲା ପ୍ରଚାର; ୧୩ ରାଜ୍ୟର ୮୮ ଆସନରେ ଭୋଟିଂ

ନୂଆଦିଲ୍ଲୀ : ଆସନ୍ତା ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ଆଜି ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏଥିରେ ୧୩ ରାଜ୍ୟର ୮୮ ସଂସଦୀୟ ଆସନରେ ମତଦାନ ହେବ । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିରେ ଏହି ପର୍ଯ୍ୟାୟରେ ମୋଟ ୮୯ ଆସନରେ ଭୋଟିଂ ସ୍ଥିରୀକୃତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମଧ୍ୟ ପ୍ରଦେଶର ବେତୁଲ ଆସନରେ ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଭୋଟିଂ ତାରିଖକୁ ତୃତୀୟ ପର୍ଯ୍ୟାୟକୁ ଘୁଞ୍ଚାଯାଇଛି । ତେଣୁ ଚଳିତ ପର୍ଯ୍ୟାୟରେ ମୋଟ ୮୮ ଆସନରେ ଭୋଟିଂ ହେଉଥିବା ବେଳେ କେରଳର ସମସ୍ତ ୨୦ ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ କଂଗ୍ରେସର ଷ୍ଟାର ନେତା ରାହୁଲ ଗାନ୍ଧୀ, ଶଶୀ ଥରୁର, ବାଚସ୍ପତି ଓମ ବିର୍ଲା ପ୍ରମୁଖ ମୈଦାନରେ ରହିଛନ୍ତି । କେରଳର ସମସ୍ତ ୨୦ ଆସନ, ଆସାମର ୫, ବିହାରର ୫, ଛତିଶଗଡ଼ର ୩, କର୍ଣ୍ଣାଟକର ୧୪, ମଧ୍ୟ ପ୍ରଦେଶର ୬, ମହାରାଷ୍ଟ୍ରର ୮, ମଣିପୁରର ୧, ରାଜସ୍ଥାନର ୧୩, ତ୍ରିପୁରାର ୧, ଉତ୍ତର ପ୍ରଦେଶର ୮, ପଶ୍ଚିମବଙ୍ଗର ୩ ଓ ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ହେବାକୁ ଯାଉଛି । ମୋଟ ୮୮ ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ଭାବେ ୨,୬୩୩ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ସେମାନଙ୍କ ମଧ୍ୟରୁ ବିଭିନ୍ନ କାରଣରୁ କିଛି ନାମାଙ୍କନ ଖାରଜ ହେବା ପରେ ୧୪୨୮ ପ୍ରାର୍ôଥତ୍ୱ ଚୂଡାନ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଅନ୍ୟ କିଛି ପ୍ରକ୍ରିୟା ଓ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କାରଣରୁ ବର୍ତ୍ତମାନ ମୋଟ ୧,୨୦୨ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ଉତ୍ତର ପ୍ରଦେଶରେ ଦୁଇ ପ୍ରମୁଖ ଆସନ ହେଉଛି ମଥୁରା ଏବଂ ମିରଟ । ମଥୁରାରୁ ପୁଣି ଥରେ ମୈଦାନକୁ ଓହ୍ଲାଇଛନ୍ତି ହେମାମାଳିନୀ । ଅନ୍ୟପକ୍ଷରେ ମିରଟରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି ‘ରାମାୟଣ’ରେ ମୁଖ୍ୟ ଚରିତ୍ର ରାମ ଭୂମିକାରେ ଅଭିନୟ କରିସାରିଥିବା ଅରୁଣ ଗୋଭିଲ । ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking