36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଭୟଙ୍କର ଦୁର୍ଘଟଣା; ଚାଲିଗଲା ୫ ଛାତ୍ରଛାତ୍ରୀଙ୍କ ଜୀବନ

ଭୟଙ୍କର ଦୁର୍ଘଟଣା; ଚାଲିଗଲା ୫ ଛାତ୍ରଛାତ୍ରୀଙ୍କ ଜୀବନ

ଡେରାଡୁନ: ମସୁରୀ ବୁଲିବାକୁ ଯାଇ ଫେରି ପାରିଲେନି ପର୍ଯ୍ୟଟକ । ଭାବିଥିଲେ ମସୁରୀ ବୁଲି ଘରକୁ ଫେରିବେ । ହେଲେ ବାଟରେ ଛକି ବସିଥିଲା ଯମ । ଘରକୁ ଫେରିବା ସମୟରେ ନିୟନ୍ତ୍ରଣ ହରାଇ ଖାଇକୁ ଖସିଲା କାର୍ । ଭୟଙ୍କର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମସୁରୀ-ଡେରାଡୁନ ମାର୍ଗର ଝଡିପନି ରୋଡରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ୪ଜଣ ଯୁବକ ଏବଂ ଜଣେ ଯୁବତୀ ଥିବା ସୂଚନା ରହିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମସୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଏବଂ ଏସଡିଆରଏଫ ଟିମ୍ର ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ପ୍ରାଣ ହରାଇଥିବା ସମସ୍ତେ କଲେଜ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଜଣେ ଯୁବତୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡେରାଡୁନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । କିନ୍ତୁ ସେମାନଙ୍କ ଜୀବନ ବଞ୍ଚାଇବାରେ ବିଫଳ ହୋଇଥିଲା ପୋଲିସ ।

ଉଦ୍ଧାର ସମୟରେ ନିଶ୍ୱାସ ଚାଲୁଥିଲେ ହେଁ ଜୀବନ ଯୁଦ୍ଧରେ ହାରିଯାଇଥିଲେ । ଏହି ଯୁବତୀଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟପଟେ ୪ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରି ମସୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରାଯାଇଛି । ତେବେ ପ୍ରାଣ ହରାଇଥିବା ୫ ଜଣଙ୍କ ପରିଚୟ ଖୋଜୁଛି ମସୁରୀ ପୋଲିସ । ସୂଚନା ଅନୁସାରେ, ୪ଜଣ ଯୁବକ ଏବଂ ଜଣେ ଯୁବତୀ ଡେରାଡୁନର ଆଇଏମଏସ କଲେଜରେ ପଢୁଥିଲେ । ସେମାନେ ସାଙ୍ଗ ହୋଇ ମସୁରୀ ବୁଲିବା ପାଇଁ ଆସିଥିବା ବେଳେ ଆଜି ସକାଳେ ଘରକୁ ଫେରୁଥିଲେ । କିନ୍ତୁ ଘରକୁ ଫେରିବା ସମୟରେ ନିୟନ୍ତ୍ରଣ ହରାଇ କାର୍ ଖାଇକୁ ଖସି ଯାଇଥିଲା । ଦୁର୍ଘଟଣାର ଖବର ଶୁଣିବା ମାତ୍ରେ ନିକଟସ୍ଥ ଲୋକମାନେ ଦୁର୍ଘଟଣାସ୍ଥଳକୁ ଦୌଡି ଆସିଥିଲେ । ପରେ ପୋଲିସକୁ ଖବର ଦେବାରୁ ପୋଲିସ ତତ୍କ୍‌ଷଣାତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗାଡି ଖାଇରେ ପଡିଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ହୋଇଥିଲା । ହେଲେ ବର୍ତ୍ତମାନ ସମସ୍ତଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking