32.1 C
Bhubaneswar
Saturday, May 4, 2024
Homeଓଡିଶାସରିଲା ଯୁକ୍ତଦୁଇ ମୂଲ୍ୟାଙ୍କନ: ମେ’ ୧୩ରେ ରେଜଲ୍ଟ

ସରିଲା ଯୁକ୍ତଦୁଇ ମୂଲ୍ୟାଙ୍କନ: ମେ’ ୧୩ରେ ରେଜଲ୍ଟ

ଭୁବନେଶ୍ୱର : ୨୦୨୪ ଯୁକ୍ତଦୁଇ ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ଅନ୍‌ଲାଇନ୍ ମୂଲ୍ୟାଙ୍କନ ଗତ ୨ଦିନ ହେବ ଶେଷ ହୋଇଥିବା ବେଳେ ଅଫ୍‌ଲାଇନ୍ ମୂଲ୍ୟାଙ୍କନରେ ୨ଟି ଷ୍ଟ୍ରିମ୍‌ର ଉତ୍ତରଖାତା ଆଜି ସନ୍ଧ୍ୟାରେ ସରିଛି । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ ହୋଇଯିବ । ୨୬ରୁ ଫଳ ପ୍ରକାଶ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ବାହାରେ ଏକ ଫାର୍ମରେ ଫଳ ପ୍ରକାଶ ପାଇଁ ବ୍ୟବସ୍ଥା ହୋଇଥିବାରୁ +୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ସମ୍ପୃକ୍ତ ଫାର୍ମକୁ ଚଳିତ ସପ୍ତାହରେ ଯିବେ । ସେହି ଫାର୍ମରେ ପରୀକ୍ଷାର୍ଥୀଙ୍କ ମାର୍କସିଟ୍‌, ସାର୍ଟିଫିକେଟ୍‌, ମାଇଗ୍ରେସନ ଆଦି ସମସ୍ତ ସାର୍ଟିଫିକେଟ୍ ପ୍ରିଣ୍ଟିଂ କରାଯିବ । ସୁରକ୍ଷିତ ଏବଂ ସଠିକ କାର୍ଯ୍ୟ କରିବାକୁ +୨ ପରିଷଦ ପକ୍ଷରୁ ସମ୍ପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିବା ବେଳେ ପରୀକ୍ଷା ନିୟନ୍ତ୍ରକଙ୍କ ସହ +୨ ପରିଷଦର ୨/୩ ଜଣ ବରିଷ୍ଟ ଅଧିକାରୀ ପ୍ରିଣ୍ଟିଂ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ସେଠାରେ ରହିବେ । ମେ’ ୧୦ରୁ ୧୫ତାରିଖ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବାକୁ +୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମେ’ ୧୩ ତାରିଖରେ ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି । ଚଳିତବର୍ଷ +୨ ପରୀକ୍ଷା ଶେଷ ହେବା ପରେ ଦୁଇଟି ପର୍ଯ୍ୟୟରେ ଖାତାଦେଖା ହୋଇଥିଲା । ମାର୍ଚ୍ଚ ୨୨ତାରିଖରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ଏପ୍ରିଲ ୬ର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହୋଇଥିଲା ।ଖାତାଦେଖା ଲାଗି ୪୧ଟି ଇ-ମୂଲ୍ୟାଙ୍କନ ଏବଂ ୬୧ଟି ଅଫ୍‌ଲାଇନ୍ କେନ୍ଦ୍ରା ବ୍ୟବସ୍ଥା କରାଯାଇଥିଲା । ସମସ୍ତ ବିଜ୍ଞାନ ଏବଂ ବାଣିଜ୍ୟର ଉତ୍ତରଖାତା ଇ-ମୂଲ୍ୟାଙ୍କନ ପ୍ରକ୍ରିୟାରେ କରାଯାଇଛି । ଚଳିତ ବର୍ଷ ଇ-ମୂଲ୍ୟାଙ୍କନ ଲାଗି ୨୭ଶହ ଏବଂ ଅଫ୍‌ଲାଇନ୍ ଖାତାଦେଖା ଲାଗି ୩୯୦୦ ଅଧ୍ୟାପକ, ଅଧ୍ୟାପିକା ନିଯୁକ୍ତି ହୋଇଥିଲେ । ସେହିପରି ୨ୟ ପର୍ଯ୍ୟାୟରେ ୩,୧୪୮ଜଣ ଅନ୍‌ଲାଇନରେ ଏବଂ ୫,୪୬୩ଜଣ ଅଫଲାଇନରେ ଖାତା ଦେଖିଥିଲେ । ଚଳିତବର୍ଷ ମୋଟ୍ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରୁ କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଇଛନ୍ତି । ମୋଟ ୧୯ଟି ସିଟିଂରେ ପରୀକ୍ଷା କରାଯାଇଥିଲା । ଚଳିତବର୍ଷ ମୋଟ୍ ୨୭ଲକ୍ଷ ଖାତା ମୂଲ୍ୟାୟନ ହୋଇଥିବା ବେଳେ ସେଥିରୁ ଅନ୍‌ଲାଇନ୍‌ରେ ୯ଲକ୍ଷ ଏବଂ ଅଫ୍‌ଲାଇନରେ ୧୮ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking