36.1 C
Bhubaneswar
Saturday, May 4, 2024
Homeଓଡିଶା୨୪ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ଭୁବନେଶ୍ୱର ଓ ନୂଆପଡ଼ା ସବୁଠୁ ଉତ୍ତପ୍ତ

୨୪ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ଭୁବନେଶ୍ୱର ଓ ନୂଆପଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏପରି ତାତିରୁ ଆଶ୍ୱସ୍ତି ମିଳିବ ନାହିଁ । ଆଜି ମଧ୍ୟ ଉପକୂଳରୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି କଲବଲ କରିଛି । ରାଜଧାନୀ ଭୁବନେଶ୍ୱର ଏବଂ ନୂଆପଡା ଉଭୟ ରାଜ୍ୟରୁ ସବୁଠାରୁ ତତଲା ସହର । ଏଠାରେ ଦିନ ସାଢ଼େ ୨ଟା ସୁଦ୍ଧା ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ରାଜଧାନୀରେ ପାରଦ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ସୋମବାର ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତର ସହର ବନିଥିଲା । ଏଠାରେ ପାରଦ ୪୩.୮ ଡିଗ୍ରୀ ରେକର୍ଡ କରାଯାଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଭୁବନେଶ୍ୱର ଏବଂ ନୂଆପଡା ସବୁଠାରୁ ଉତ୍ତପ୍ତ ସହ ପାଲଟି ଥିବା ବେଳେ ଏହା ପଛକୁ ଝାରସୁଗୁଡ଼ା ରହିଛି । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୧ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ବାରିପଦା, ପାରଳାଖେମୁଣ୍ଡିରେ ୪୨.୫, ଚାନ୍ଦବାଲି, ଭଦ୍ରକ, କେନ୍ଦ୍ରାପଡ଼ାରେ ୪୨.୨, ଟିଟିଲାଗଡ଼, ଯାଜପୁର, ଢେଙ୍କାନାଳରେ ୪୨, ଅନୁଗୁଳରେ ୪୧.୯, କଟକରେ ୪୧.୮, ବେ?ଦ୍ଧରେ ୪୧.୬, ବାଲେଶ୍ୱର, ତାଳଚେରରେ ୪୧.୪, ମାଲକାନଗିରିରେ ୪୧.୩, ନୟାଗଡ଼ରେ ୪୧.୨, ଭବାନୀପାଟଣାରେ ୪୧, ରାଉରକେଲାରେ ୪୦.୮, ସମ୍ବଲପୁରରେ ୪୦.୫, ସୁନ୍ଦରଗଡ଼ର ୪୦.୧ ଓ ଖୋର୍ଦ୍ଧାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବିଶେଷ କରି ୨୭ ଓ ୨୮ ତାରିଖରେ ସାରା ଓଡ଼ିଶା ଜଳିବ । ପାଣିପାଗ ବିଭାଗ ଏଥି ପାଇଁ ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି । ଆଗାମୀ ତିନି ଦିନ ପ୍ରବଳ ହିଟ୍ ୱେଭ ନେଇ ସତର୍କତା ଜାରି କରିଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ, ଶୁଷ୍କ ବାୟୁ ପ୍ରବାହ ଯୋଗୁ ତାପମାତ୍ରା ସାଢ଼େ ୬ ଡିଗ୍ରୀ ବଢ଼ିବା ଆଶଙ୍କା ରହିଛି । ସିଭିୟର ହିଟୱେଭ୍ ସହ ତାପମାତ୍ରା ୪୫ ଟପିପାରେ ବୋଲି ମଧ୍ୟ ସେ କହିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୨୭ ଓ ୨୮ ତାରିଖରେ ପାଇଁ ୨୯ ଜିଲ୍ଲାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେବଳ କୋରାପୁଟ ଜିଲ୍ଲାକୁ ଗ୍ରୀନ୍ ୱାର୍ଣ୍ଣିଂ ଦିଆଯାଇଛି । ୨୬ ତାରିଖରେ ହିଟୱେଭ୍ ନେଇ ୨୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଏବଂ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ପୁରୀ, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ଛାଡ଼ି ବାକି ସବୁ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୭ ଏବଂ ୨୮ ତାରିଖରେ ପ୍ରବଳ ହିଟୱେଭର ସମ୍ଭାବନା ରହିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି ।
ପ୍ରବଳ ତାତି ଲାଗି ବୁଧବାର ନୟାଗଡ଼ ଜିଲ୍ଲା ରଣପୁର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନୟାଗଡ଼-ରଣପୁର ରାସ୍ତାର ସାନଗୋରଡ଼ା ଠାରୁ ଅସୁର କୁମାରୀ ପାହାଡ଼, ଲୁଣି ସାହି, ଡେଙ୍ଗାଝର, ବଜ୍ରକୋଟ ଗାଁ ନିକଟରେ ଥିବା ପାହାଡ଼ରେ ହୁହୁ ହୋଇ ଜଳୁଛି ନିଆଁ । ଜଙ୍ଗଲ ନିଆଁ ଦ୍ୱାରା ଏକର ଏକର ଜଙ୍ଗଲରେ ବ୍ୟାପକ ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଛି । ନିଆଁ ଏତେ ମାତ୍ରରେ ବ୍ୟାପିଛି ଯେ ତାହାକୁ ଆୟତ କରିବା ଜଙ୍ଗଲ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷେ ସମ୍ଭବ ନୁହେଁ । ନିଆଁ ପାହାଡ଼ ତଳୁ ଲାଗି ପାହାଡ଼ ଶିଖର ପର୍ଯ୍ୟନ୍ତ ପହଞ୍ଚି ଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଧୂଆଁମୟ ପରିବେଶ ସାଙ୍ଗକୁ ତତଲା ପବନ ସ୍ଥାନୀୟ ଅଞ୍ଚଳରେ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ଓ ଅଗ୍ନିସେବା କର୍ମଚାରୀ ସହ ସ୍ଥାନୀୟ ପୁଲିସ ପହଞ୍ଚି ନିଆଁଙ୍କୁ ଆୟତ ପାଇଁ ଉଦ୍ୟମ କରୁଛନ୍ତି ।
ସେହିପରି ଆଜି କାଳବୈଶାଖୀ ବର୍ଷାରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking