29.1 C
Bhubaneswar
Wednesday, May 22, 2024
Homeଓଡିଶାବ୍ରେକ୍ ଫେଲ୍‌ ହୋଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭର ମୃତ

ବ୍ରେକ୍ ଫେଲ୍‌ ହୋଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭର ମୃତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କେବଲାଙ୍ଗ ଥାନା ଚୁନାଘାଟିରେ ଘଟିଛି ଗତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଘାଟିରେ ବ୍ରେକ୍ ଫେଲ୍ ହୋଇଥିବା ଏକ ଲୁହା ପଥର ବୋଝେଇ ଟ୍ରକ୍ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୂରମାର ହୋଇ ଯାଇଥିବା ବେଳେ  ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ଗତକାଲି ରାତିରେ ଚୁନାଘାଟିରେ ଏକ ଲୁହା ପଥର ବୋଝେଇ ଟ୍ରକ୍ ଯାଉଥିବା ବେଳେ ତାହା ହଠାତ୍ ବ୍ରେକ୍ ଫେଲ୍ ହୋଇଥିଲା। ଫଳରେ ଟ୍ରକ୍‌ଟି ଆଗରେ ଯାଉଥିବା ଟ୍ରକ୍‌କୁ ପିଟିବା ସହ ବହୁ ବାଟ ଘୋଷାଡ଼ି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଧକ୍କା ଦେଇଥିବା ଟ୍ରକ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତା’ ଭିତରେ ଡ୍ରାଇଭର ଓ ହେଲପର ଚାପି ହୋଇ ରହି ଯାଇଥିଲେ।
ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଟ୍ରକ୍‌କୁ କାଟି ଉଭୟ ଡ୍ରାଇଭର ଓ ହେଲପରଙ୍କୁ ବାହାର କରା ଯାଇଥିଲା। ମାତ୍ର ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ଡ୍ରାଇଭର ଓ ହେଲପରଙ୍କ ପରିଚୟ ମିଳିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking