32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଛାତ୍ରୀଙ୍କ ସହ ଗୁରୁ ଯାହା କଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଛାତ୍ରୀଙ୍କ ସହ ଗୁରୁ ଯାହା କଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ମୟୂରଭଞ୍ଜ: ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଶିକ୍ଷକ । ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ବାରିପଦା କୋର୍ଟ ଚାଲାଣ କରିଛି ପୋଲିସ । ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ପଢାଇବା ବାହାନାରେ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଟାଉନ ଥାନା ଅଞ୍ଚଳରେ । ତଦନ୍ତ ପରେ ବାରିପଦା ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବାରିପଦା ଟାଉନ ଥାନା ଅନ୍ତର୍ଗତ ଏକ ଛାତ୍ରୀନିବାସର ଇନଚାର୍ଜ ଭାବେ କାର୍ଯ୍ୟ କରନ୍ତି ।

ତାଙ୍କ ନାଁ ଶେଷବାନ ଲିମା ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ, ୨୦୨୩ ମସିହା ଅକ୍ଟୋବର ମାସ ୨୩ ତାରିଖ ଦିନ ଅଭିଯୁକ୍ତ ଶିକ୍ଷକ ଶେଷବାନ ଛାତ୍ରୀନିବାସରୁ ଜଣେ ଛାତ୍ରୀଙ୍କୁ ଟିଉସନ ପଢାଇବାକୁ କହି ବାରିପଦା ଷ୍ଟେସନ ବଜାର ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଏକ ଘରକୁ ନେଇ ଦୁଷ୍କର୍ମ କରିଥିଲେ । ତେବେ ଘଟଣା ବାବଦରେ କାହାରିକୁ ଜଣାଇଲେ ଜୀବନରୁ ମାରିଦେବାକୁ ନାବାଳିକାକୁ ଧମକ ଦେଇଥିଲେ ମଧ୍ୟ ଦେଇଥିଲେ । ତେଣୁ ଘଟଣା ବାବଦରେ ପୀଡିତା ଛାତ୍ରୀ ଜଣକ ଦୀର୍ଘ ଦିନ ଧରି କାହାରିକୁ କିଛି କହିନଥିଲେ । ଶେଷରେ ସାହସ ଜୁଟାଇ ଗତ ୩ ତାରିଖରେ ପରିବାରଲୋକଙ୍କୁ ଏ ବାବଦରେ ଜଣାଇଥିଲେ ପୀଡି଼ତା ।

ଘଟଣା ସମ୍ପର୍କରେ ଅବଗତ ହେବା ପରେ ଝିଅ ରହୁଥିବା ହଷ୍ଟେଲ ଯାଇଥିଲେ ପରିବାର ଲୋକେ । ହେଲେ ଶିକ୍ଷକଙ୍କ କଳାକାରନାମା ପଦାକୁ ଆସିଯିବା ଭୟରେ ଶିକ୍ଷକ ଜଣକ ସେଠାରୁ ଫେରାର ହୋଇଯାଇଥିଲେ । ପରେ ଘଟଣା ସମ୍ପର୍କରେ ପୀଡି଼ତାଙ୍କ ପରିବାର ଲୋକେ ନ୍ୟାୟ ଆଶାରେ ବାରିପଦା ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରିବାରଲୋକଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ବାରିପଦା ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଅଭିଯୁକ୍ତ ଶିକ୍ଷକ ଶେଷବାନ ଲିମାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏହାସହ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ବାରିପଦା କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking