37.1 C
Bhubaneswar
Saturday, May 18, 2024
Homeଅପରାଧସମ୍ପର୍କରେ ରକ୍ତର ଛିଟା; ବଡ ଭାଇର ଜୀବନ ନେଲା ସାନ ଭାଇ

ସମ୍ପର୍କରେ ରକ୍ତର ଛିଟା; ବଡ ଭାଇର ଜୀବନ ନେଲା ସାନ ଭାଇ

ବଲାଙ୍ଗୀର: ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇ ସାଜିଲା ଭଗାରୀ । ନିଜ ଭାଇର ଜୀବନ ନେବାକୁ ପଛାଇଲା ନାହିଁ ଭାଇ । ବଡ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ମହଗା ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ବେଲାର ରଣା । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସୁନାଧର ରଣା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ ଏହା ପଛର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ଅଭିଯୁକ୍ତ ଜଣଙ୍କ ଫେରାର ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁଯାୟୀ, ମୃତ ବେଲାର ରଣା ଶୁକ୍ରବାର ମହଗା ଗ୍ରାମରେ ଥିବା ନିଜର କୁକୁଡ଼ା ଦୋକାନରେ ବସିଥିଲେ ।

ଏହି ସମୟରେ ତାଙ୍କ ଭାଇ ସୁନାଧର ରଣା ହଠାତ୍ ଦୋକାନରେ ପହଞ୍ଚି କେହି କିଛି ବୁଝିବା ଆଗରୁ ଟାଙ୍ଗିଆରେ ଅତର୍କିତ ଭାବରେ ବେଲାରଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବଡ ଭାଇର ମୃତ୍ୟୁ ହେବା ପରେ ଅଭିଯୁକ୍ତ ସାନ ଭାଇ ଫେରାର ହୋଇଯାଇଥିଲା । ସେପଟେ ସଇଁତଳା ପୋଲିସ ଏନେଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହାୟତାରେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ପଠାଇଛି ପୋଲିସ । ଅନ୍ୟପଟେ ଅଭିଯୁକ୍ତ ସୁନାଧର ରଣା ପୋଲିସକୁ ଧରିବା ପାଇଁ ତନାଘନା ଜାରି ରଖିଛି । ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି । ଅଭିଯୁକ୍ତ ସୁନାଧର ରଣା ପୂର୍ବରୁ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ ଯାଇଥିଲା । ଏବେ ଜେଲରୁ ଜାମିନରେ ଆସି ହତ୍ୟାକାଣ୍ଡ ଭିଆଇ ଥିବାର ତାଙ୍କ ସମ୍ପର୍କୀୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking