36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଶରଣାର୍ଥୀଙ୍କୁ ହେପାଜତକୁ ନେବା ପ୍ରକ୍ରିୟା ଆରମ୍ଭ କଲା ବ୍ରିଟେନ

ଶରଣାର୍ଥୀଙ୍କୁ ହେପାଜତକୁ ନେବା ପ୍ରକ୍ରିୟା ଆରମ୍ଭ କଲା ବ୍ରିଟେନ

ବ୍ରିଟେନ୍‌: ପ୍ରବଳ ବିବାଦ ଓ ବିତର୍କ ସତ୍ତ୍ୱେ ମଧ୍ୟ ପୂର୍ବ-ଆଫ୍ରିକୀୟ ଦେଶ ରାୱାଣ୍ଡା ସ୍ଥାନାନ୍ତରଣ ପାଇଁ ଶରଣାର୍ଥୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଜେପାଜତକୁ ନେବା ପ୍ରକ୍ରିୟା ଆରମ୍ଭ କରିଛି ବ୍ରିଟେନ । ପୋଲିସ ଓ ବିଭିନ୍ନ ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ୱାରା ଗଠିତ ଏନଫୋର୍ସମେଣ୍ଟ ଟିମ୍ ଦେଶର ବିଭିନ୍ନ ସ୍ଥାନରେ ଥିବା ଶରଣାର୍ଥୀଙ୍କୁ ଚିହ୍ନଟ କରି କଷ୍ଟଡିକୁ ନେବା ଆରମ୍ଭ କରିଛନ୍ତି । ସେମାନଙ୍କୁ ଅସ୍ଥାୟୀ ଶିବିରରେ ରଖାଯିବ । ଏହା ପରେ ପରବର୍ତ୍ତୀ ପ୍ରକ୍ରିୟା ଶେଷ କରାଯାଇ ରାୱାଣ୍ଡାକୁ ନିର୍ବାସନ କରାଯିବ । ନିକଟରେ ବ୍ରିଟେନ ସଂସଦ ଏହି ବିବାଦୀୟ ବିଲ ପାରିତ କରିଥିଲା । ତେଣୁ ଏହି ପ୍ରକ୍ରିୟା ଖୁବଶିଘ୍ର ଆରମ୍ଭ ହେବା ନେଇ ଯେଉଁ ଆଶା କରାଯାଉଥିଲା, ତାହା ଏବେ ଆରମ୍ଭ ମଧ୍ୟ ହୋଇଛି । ବ୍ରିଟେନ ଗୃହ ସଚିବ ଜେମ୍ସ କ୍ଲେଭର୍ଲି କହିଛନ୍ତି, ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଏହି କାମରେ ନିୟୋଜିତ ହୋଇଛନ୍ତି ।

ବ୍ରିଟେନରେ ରହିବା ପାଇଁ ଯେଉଁମାନଙ୍କ ନିକଟରେ ଅଧିକାର ନାହିଁ କିମ୍ବା ବୈଧ ପ୍ରମାଣପତ୍ର ନାହିଁ ସେମାନଙ୍କୁ ଚିହ୍ନଟ କରାଯାଇ ହେପାଜତକୁ ନିଆଯାଉଛି । ଫଳରେ ସେମାନଙ୍କୁ ରାୱାଣ୍ଡା ପଠାଯାଇପାରିବ । ବିମାନ ଯୋଗେ ସେମାନେ ପର୍ଯ୍ୟାୟକ୍ରମେ ରାୱାଣ୍ଡା ପଠାଯିବେ । ଆସନ୍ତାବର୍ଷ (୨୦୨୫)ରେ ବ୍ରିଟେନରେ ନିର୍ବାଚନ ହେବାକୁ ଯାଉଛି । ବ୍ରିଟେନରେ ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ଓ ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏହି ପ୍ରସଙ୍ଗକୁ ଗତ ନିର୍ବାଚନରେ ମୁଦ୍ଦା କରିଥିଲା କ୍ଷମତାରେ ଥିବା ‘କଞ୍ଜରବେଟିଭ ପାର୍ଟି’ । ୨୦୨୨ ରେ ଏହି ବିଚାରକୁ ନେଇ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଥିଲା । ହେଲେ ବିରୋଧ ଓ ବିବାଦ ମଧ୍ୟରେ ଏହାକୁ ସଂସଦରେ ପାରିତ କରାଯାଇ ପାରିନଥିଲା ।

ମାତ୍ର ଋଷ ସୁନକ ସରକାର ନିର୍ବାଚନ ପୂର୍ବରୁ ଏହାକୁ ପାରିତ କରି ନିଜ ନିର୍ବାଚନୀ ପ୍ରତିବଦ୍ଧତା ଦର୍ଶାଇବାକୁ ଚେଷ୍ଟା କରିଛି । ତେଣୁ ୨୦୨୫ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତବର୍ଷ ମଧ୍ୟରେ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରୟାସ କରିପାରନ୍ତି ବ୍ରିଟେନ ସରକାର । ତେବେ ରାୱାଣ୍ଡା ପରି ଅର୍ଥନୈତିକ ଦୁର୍ବଳ ପୂର୍ବ-ଆଫ୍ରିକୀୟ ଦେଶରେ ଶରଣାର୍ଥୀଙ୍କୁ ଛାଡିବାକୁ ନେଇ ବିଶ୍ୱବ୍ୟାପୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । ଏପରିକି କିଛି ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ତଥାପି ତମାମ ବିରୋଧ ମଧ୍ୟରେ ବ୍ରିଟେନରେ ଏହି ଆଇନ କାର୍ଯ୍ୟକାରୀ ହୋଇଛି । ନିର୍ବାସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking