32.1 C
Bhubaneswar
Friday, April 26, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ? 

କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ? 

ନୂଆଦିଲ୍ଲୀ: କର୍ଣ୍ଣାଟକ ତ କଂଗ୍ରେସର ହୋଇଗଲା । ହେଲେ ଦଳ ପାଇଁ ଏବେ ବି ଟେନସନ ରହିଛି । କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ନା ସିଦ୍ଦରମୈୟା ଏ ନେଇ କଂଗ୍ରେସର ମାନସମନ୍ଥନ ଚାଲିଛି । କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ରେସରେ ଦୁଇ ହେବିୱେଟ ନେତା ଡିକେ ଶିବକୁମାର ଓ ସିଦ୍ଦରମୈୟା ରହିଛନ୍ତି । ଦୁଇଜଣଙ୍କ ମଧ୍ୟରୁ କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ଗାଦି ଏହା ସ୍ଥିର କରିବା ସର୍ବପୁରାତନ ଦଳ କଂଗ୍ରେସ ପାଇଁ କାଠିକର ପାଠ ହୋଇଛି ।

ଗତକାଲି (ରବିବାର) ବେଙ୍ଗାଲୁରୁ ଏକ ବୈଠକ ବସିଥିଲା । ତଥାପି ନିଷ୍କର୍ସ ବାହାରି ପାରି ନଥିଲା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନୂଆ ମୁଖ୍ୟମନ୍ତ୍ରୀ ବାଛିବେ ବୋଲି କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହାରି ଭିତରେ ଦୁଇ ନେତା ଡିକେ ଶିବକୁମାର ଓ ସିଦ୍ଦରମୈୟା ଅଲଗା ଅଲଗା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଆଜି (ସୋମବାର) ଭେଟିବେ ବୋଲି ସମ୍ଭାବନା ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking