29.1 C
Bhubaneswar
Saturday, May 4, 2024
Homeଓଡିଶାବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ନିର୍ବାଚନୀ ରାଲି ଓ ସଭା

ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ନିର୍ବାଚନୀ ରାଲି ଓ ସଭା

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀ ରେ ବି ଜେ ପି ପ୍ରାର୍ଥୀ ଆକାଶ ଦାସ୍ ନାୟକ ନିର୍ବାଚନ ମଇଦାନ ରେ ଅବତୀର୍ଣ୍ଣ ହୋଇ ପଚାର କାର୍ଯ୍ୟ କାରୀ ମୋଦିଜି ଙ୍କ ଗ୍ୟାରେଣ୍ଟି କଥା କହି ଲୋକ ଙ୍କ ନିକଟ ତର ହେଉ ଛନ୍ତି ଆଜି କୋରେଇ ବ୍ଲକ୍‍ ତୁଳତୀ ଗ୍ରାମପଞ୍ଚାୟତ ସୁନ୍ଦରପୋଖରୀ ଗ୍ରାମର ବିଜେପି କର୍ମୀମାନେ କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୁନ୍ଦରପୋଖରୀ ଗ୍ରାମର ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କର ଲୋକାଭିମୁଖୀ ଯୋଜନାଗୁଡିକ ବିଷୟରେ ଲୋକମାନଙ୍କୁ ସଚେତନତା କରିବାପାଇଁ ଆଲୋଚନା କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ ତୁଳତୀ ଗ୍ରାମପଞ୍ଚାୟତରେ କିପରି ବିପୁଳ ସଂଖ୍ୟାରେ ଭୋଟ୍‍ ଶ୍ରୀ ଦାସନାୟକଙ୍କୁ ଦିଆଯିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ସୁନ୍ଦରପୋଖରୀ ଗ୍ରାମର ତୁଳତୀ ଗ୍ରା.ପ୍ରର ପୂର୍ବତନ ସରପଂଚ ଦିପ୍ତିମୟୀ କୁଅଁର, ଶୁଭ୍ରାନ୍ତ ଲେଙ୍କା, ଶିବାନନ୍ଦ ଜେନା, ଶରତ ସାହୁ, ରାମଚନ୍ଦ୍ର ପରିଡା, ଦିନେଶ ଧୀର, ବିଜୟ ସେଠୀ, ବିସ୍ମୟ ଦାସ, ସନ୍ତୋଷ ବେହେରା, ଯତୀନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ଲେଙ୍କା, ଶିବ ଚରଣ ପହି, ରାମଚନ୍ଦ୍ର ପରିଡା, ଅଭୟ ଲେଙ୍କା, ପଦ୍ମନାଭ ବାରିକ, ଅନନ୍ତ ଚରଣ ସାହୁ, କାର୍ତ୍ତିକ ଚରଣ ସାହୁ, ପ୍ରଦୀପ ଜେନା, ବିନ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ବିଜେପି କର୍ମୀଙ୍କ ସହିତ ଶହ ଶହ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking