30.1 C
Bhubaneswar
Friday, May 3, 2024
Homeଓଡିଶା୪୩.୮ଂ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

୪୩.୮ଂ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି । ମରୁ ରାଜ୍ୟ ରାଜସ୍ଥାନକୁ ଅତିକ୍ରମ କରିଛି ଓଡ଼ିଶାରେ ତାପମାତ୍ରା । ଆଜି ସକାଳୁ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ଫଳରେ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଏଥି ସହିତ ରାଜ୍ୟର ଆଜି ୧୭ ସହରରେ ଦିନ ତାପମାତ୍ରା ୪୦ଂ ଉପରେ ରହିଥିଲା । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ  ପାରଳାଖେମୁଣ୍ଡିରେ ୪୨.୯ଂ, ବାରିପଦାରେ ୪୨.୬ ଂ, ନୂଆପଡାରେ ୪୨.୪ଂ, କେନ୍ଦ୍ରାପଡାରେ ୪୧.୮ଂ , ଜଗତସିଂହପୁରରେ ୪୧.୬ଂ, ଭଦ୍ରକ ଓ ଯାଜପୁରରେ ୪୧ଂ, ବୌଦ୍ଧରେ ୪୦.୮ ଂ, ବାଲେଶ୍ୱର, ଅନୁଗୋଳରେ ୪୦.୭ ଂ, ଚାନ୍ଦବାଲି, ତାଳଚେରରେ ୪୦.୪ ଂ, କଟକରେ ୪୦.୨ଂ, ମାଲକାନଗିରି ଓ ଢେଙ୍କାନାଳରେ ୪୦.୧ଂ, ନୟାଗଡରେ ୪୦ଂ ରେକର୍ଡ କରାଯାଇଛି । ସେହିପରି ୩୯ଂ ବା ତାହାଠାରୁ ଉପରେ ୪ଟି ସହର ରହିଥିଲା । ସେଥିରୁ ସୁନ୍ଦରଗଡରେ ତାପମାତ୍ରା ୩୯.୮ଂ ରହିଥିବା ବେଳେ ଭବାନୀପାଟଣାରେ ୩୯.୨ଂ, ଖୋର୍ଦ୍ଧା ୩୯ଂ ରେକର୍ଡ କରାଯାଇଛି । ଏହାବ୍ୟତୀତ ରାଜ୍ୟରେ ଦିନର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡି ୩୩.୫ଂ ରେକର୍ଡ କରାଯାଇଛି ।
ଅନ୍ୟପଟେ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ୨୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବାର ସମ୍ଭାବନା ରହିଛି । ଏଭଳି ସ୍ଥିତି ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।  ଆସନ୍ତା ୨୫ ତାରିଖଠାରୁ ଓଡ଼ିଶାରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇବ । ସ୍ଥାନେ ସ୍ଥାନେ ୪୬ ଡିଗ୍ରୀ ପାର ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଆଜି ୩୪ ସହରରେ ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ୩୪ ମିଲିମିଟର ବର୍ଷା ବରଗଡ଼ରେ ହୋଇଥିବାବେଳେ ଆଗାମୀ ୨୪ ଘଣ୍ଟା ଯାଏଁ ଗ୍ରୀଷ୍ମ ପ୍ରବାହ ମଧ୍ୟ ଜାରି ରହିବ । ବିଶେଷ ଭାବେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ୨୫ରୁ ପୁଣି ବଢିବ ତାତି । ଉଷ୍ମ ଆଦ୍ର ଜଳବାୟୁ ସ୍ଥିତି ଲାଗିରହିବ । ଯଦିଓ କାଳବୈଶାଖୀ ବର୍ଷା ପ୍ରଭାବରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ କିନ୍ତୁ ସେତେ ପରିମାଣରେ ଆଶ୍ୱସ୍ତି ମିଳିବ ନାହିଁ । କାରଣ ତାପମାତ୍ରା ୪୫ ପର୍ଯ୍ୟନ୍ତ ଯାଇଥିବା କାରଣରୁ ୨-୩ ଡିଗ୍ରୀ କମିଲେ ବି ୪୦ ଉପରେ ତାପମାତ୍ରା ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking