30.1 C
Bhubaneswar
Friday, May 3, 2024
Homeଓଡିଶାମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ବିଭ୍ରାଟ;  ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ୍‌

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ବିଭ୍ରାଟ;  ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ୍‌

କଟକ:  ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ଅଧିନରେ ସୋମବାରଠାରୁ ତିନି ବର୍ଷିଆ ଆଇନ ପାଠ୍ୟକ୍ରମ ପରୀକ୍ଷାର ପ୍ରଥମ ଦିନ ପ୍ରଶ୍ନପତ୍ରରେ ବିଭ୍ରାଟ ଘଟିଛି । ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଓହ୍ଲାଇଥିଲେ । ଫଳରେ ସୋମବାର ଥିବା ପରୀକ୍ଷା ବାତିଲ୍ ହୋଇଯାଇଛି । ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ରାଜ୍ୟର ସମସ୍ତ ଘରୋଇ ଆଇନ ମହାବିଦ୍ୟାଳୟଗୁଡିକରେ ୩ ବର୍ଷିଆ ଆଇନ ପାଠ୍ୟକ୍ରମର ଷଷ୍ଠ ସେମିଷ୍ଠାର୍ ପରୀକ୍ଷା ଆଜିଠାରୁ ମେ’ ୪ ତାରିଖ ପର୍ଯ୍ୟନ୍ତଚାଲିବ ବୋଲି ବିଶ୍ୱବିଦ୍ୟାଳୟ ତରଫରୁ ଗତ୮ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତଦନୁଯାୟୀ ସୋମବାର ଦିନ ଷଷ୍ଠ ସେମିଷ୍ଟାର୍‌ର  ପ୍ରଥମ ପେପର୍ ଲେବର୍ ଲ-୨ ପରୀକ୍ଷା ଥିବାବେଳେ ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ରହିଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ । ପ୍ରଶ୍ନପତ୍ରରେ ପେପର୍ -୧ ବଦଳରେ ପେପର୍ -୨ରୁ ଏକାଧିକ ପ୍ରଶ୍ନ ଆସିଥିବା ଅଭିଯୋଗ କରି ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଘରୋଇ ଆଇନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ହୋ ହଲ୍ଲା କରିବା ସହ ବିଶ୍ୱବିଦ୍ୟାଳୟ କୂଳପତିଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ୍‌ମାନ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଏପରି ଆନ୍ଦୋଳନ କାରଣରୁ ଆଜିର ପରୀକ୍ଷା ବାତିଲ୍ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି । ତେବେ ଏ ସମ୍ପର୍କରେ ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ କୂଳପତିଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ ଆସନ୍ତା ୨୯ ତାରିଖ ଦିନ ଷଷ୍ଠ ସେମିଷ୍ଟାର୍ ପରୀକ୍ଷାର୍ଥୀଙ୍କ ଦ୍ୱିତୀୟ ପେପର୍ ପରୀକ୍ଷା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking