30.1 C
Bhubaneswar
Saturday, May 4, 2024
Homeଓଡିଶାଅଘୋରୀ ଦେଖାଇଲେ ସାପ ଖେଳ, ଖୋଜୁଛି ବନ ବିଭାଗ

ଅଘୋରୀ ଦେଖାଇଲେ ସାପ ଖେଳ, ଖୋଜୁଛି ବନ ବିଭାଗ

ପୁରୀ : ଅଘୋରୀ ବେଶରେ ଥିବା କଳାକାର ଏକ ଜୀବନ୍ତ ସାପକୁ ଧରି ଦେଖାଉଥିଲେ ଦୁଃସାହସିକ କ୍ରୀଡ଼ା। କେତେବେଳେ ତାହାକୁ ନିଜ ପାଟି ଉପରେ ତ କେତେବେଳେ ନାକରେ ବୁଲାଉଥିଲେ। ଉକ୍ତ ସମୟରେ ସାପଟି ତାଙ୍କ ନାକକୁ କାମୁଡ଼ିଥିବା ଜଣାଯାଇଛି। ଏଥିଯୋଗୁ ତାଙ୍କ ନାକରୁ ରକ୍ତସ୍ରାବ ହୋଇଥିବା ବେଳେ ସେ ଥକା ହୋଇ ବସି ପଡ଼ିଥିଲେ। ପରେ ଲୋକେ ପଚାରିବାରୁ ସାପର ବିଷ ଦାନ୍ତ କଢ଼ା ଯାଇଥିବା କହିଥିଲେ। ପୁରୀ ସଦରଥାନା ଅନ୍ତର୍ଗତ ଛଇତନାରୁ ଆସିଛି ଏଭଳି ଘଟଣା ଯାହାକି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହା ଖୁଲମଖୁଲା ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ କରୁଥିବାରୁ ବନ ବିଭାଗ ଏହାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ରାମ ନବମୀଠାରୁ ପୁରୀରେ ଅନୁଷ୍ଠିତ ସାହି ଯାତରେ ବି ଅଘୋରି ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିଥିବା ଜଣାଯାଇଛି। ତେବେ ସେମାନେ କେଉଁଠୁ ଆସିଥିଲେ, ପ୍ରକୃତ ପରିଚୟ କ’ଣ, ଏଥିପାଇଁ କିଏ ତାଙ୍କୁ ଟଙ୍କା ଦେଇଛି ତାହାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ଏପରିକି ବନ ବିଭାଗ ଟିମ୍‌ ଛଇତନାରେ ପହଞ୍ଚି ଲୋକଙ୍କୁ ପଚରାଉଚରା କରିଛି। ମାତ୍ର ଅଘୋରୀ କଳାକାରଙ୍କ କୌଣସି ସନ୍ଧାନ ପାଇ ପାରିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking