29.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶ୮୮ ଆସନରେ ୬୧% ମତଦାନ

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା ସୁଦ୍ଧା ହାରାହାରି ମତଦାନ ହାର ୬୦.୭ ପ୍ରତିଶତ ରହିଥିବା ରେକର୍ଡ କରାଯାଇଛି। ବାର୍‌ମେର-ଜୟସାଲମେରରେ କାଁଭାଁ ଗଣ୍ଡଗୋଳ, ଜାଲ୍‌ ଭୋଟିଂ ଅଭିଯୋଗକୁ ବାଦ୍‌ଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ହୋଇଛି। ଉତ୍ତରପ୍ରଦେଶର ମଥୁରା, ରାଜସ୍ଥାନର ବନସ୍ବରା ଏବଂ ମହାରାଷ୍ଟ୍ରର ପରଭାନି ଆସନର କେତେକ ଗାଁରେ ଲୋକେ ବିଭିନ୍ନ କାରଣକୁ ନେଇ ଭୋଟ ବର୍ଜନ କରିଥିଲେ। ସେମାନଙ୍କୁ ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବୁଝାଶୁଝା କରାଯାଇଥିଲା। ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିଥିଲା। କେତେକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ୫ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୭୭.୫୩ ପ୍ରତିଶତ ମତଦାନ ହୋଇଥିବାବେଳେ ଉତ୍ତରପ୍ରଦେଶରେ ସର୍ବନିମ୍ନ ୫୨.୭୪ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ରାଜସ୍ଥାନର ୧୩ ନିର୍ବାଚନ ମଣ୍ଡଳୀରେ ୫ଟା ସୁଦ୍ଧା ୫୯.୧୯ ପ୍ରତିଶତ ମତଦାନ ହୋଇଥିତ୍ବାବେଳେ ବାଗିଡୋରା ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ୭୩.୨୫% ଭୋଟିଂ ହୋଇଛି। କେରଳରେ ୬୩.୯୭ ପ୍ରତିଶତ ମତଦାନ ହୋଇଥିବାବେଳେ କେତେକ ବୁଥ୍‌ରେ ଇଭିଏମ୍‌ ଖରାପ ହୋଇଥିବା ଅଭିଯୋଗ ହୋଇଥିଲା। ସେହିପରି ଛତିଶଗଡ଼ରେ ୭୨.୧୩ ପ୍ରତିଶତ ଭୋଟିଂ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୫୪.୮୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। କର୍ନାଟକରେ ୬୩.୯୦% ଏବଂ ମଣିପୁରରେ ୭୬.୦୬% ମତଦାନ ହୋଇଛି। କେରଳର ୨୦ ଆସନ ସମେତ କର୍ନାଟକର ୧୪, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏ ଆସନ, ମଧ୍ୟପ୍ରଦେଶର ୭, ଆସାମ ଓ ବିହାରର ୫ଟି ଲେଖାଏ ଆସନ , ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ଟି ଲେଖାଏ ଏବଂ ଜମ୍ମୁ-କଶ୍ମୀର, ମଣିପୁର ଓ ତ୍ରିପୁରାର ଗୋଟିଏ ଲେଖାଏ ଆସନରେ ମତଦାନ ହୋଇଥିଲା। ଦ୍ୱିତୀୟ ପର୍ୟ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର ରାହୁଲ ଗାନ୍ଧୀ, କେ.ସି. ବେଣୁଗୋପାଳ, ଭୂପେଶ ବଘେଲ, ଶଶୀ ଥରୁର ଏବଂ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟ୍‌ ଥିବାବେଳେ ଭାଜପାରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ହେମା ମାଳିନୀ, ଅରୁଣ ଗୋଭିଲ, ତେଜସ୍ବୀ ସୂର୍ୟ୍ୟ ଏବଂ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରମୁଖଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ପାଲାକ୍କାଡ, ଆଲାପୁଝା ଏବଂ ମାଲାପୁରମ୍‌ରେ ଭୋଟ ଦେଲାବେଳେ ଜଣେ ଲେଖାଏ ମତଦାତାଙ୍କ ମୃତ୍ୟୁ ଘଟିଛି। କୋଝିକୋଡ୍‌ର ଏକ ବୁଥ୍‌ରେ ଜଣେ ପୋଲିଂ ଏେଣ୍ଟେଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ଡ୍ୟୁଟିରେ ଥିବା ମଧ୍ୟପ୍ରଦେଶ ସ୍ବତନ୍ତ୍ର ସଶସ୍ତ୍ର ବଳର ଜଣେ ଯବାନ ନିଜ ସର୍ଭିସ୍‌ ରାଇଫଲରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking