32.1 C
Bhubaneswar
Saturday, May 18, 2024
Homeଓଡିଶାପୁରୀ ଲୋକସଭା: ସୁଚରିତାଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ପୁରୀ ଲୋକସଭା: ସୁଚରିତାଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର : ପୁରୀ ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ବଦଳାଇଛି । ଜୟନାରାୟଣ ପଟ୍ଟନାୟକ କଂଗ୍ରେସର ନୂଆ ପ୍ରାର୍ଥୀ ହୋଇଛନ୍ତି । ସୁଚରିତା ମହାନ୍ତିଙ୍କ ସ୍ଥାନରେ ଦଳ ଜୟନାରାୟଣଙ୍କୁ ଟିକେଟ ଦେଇଛି । ପ୍ରାର୍ଥୀ ବଦଳିବା ନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି।

ପ୍ରକାଶ ଯେ ପ୍ରଚାର ପାଇଁ ପାଣ୍ଠିର ଅଭାବ ପଡ଼ିବାରୁ କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଆଜି ଟିକେଟ ଫେରାଇ ଦେଇଥିଲେ । ନିର୍ବାଚନ ଲଢ଼ିବା ପାଇଁ ଦଳ ପାଣ୍ଠି ନ ଦେବାରୁ ସୁଚରିତା ମହାନ୍ତି ଟିକେଟ୍ ଫେରାଇଥିବା କଥା ଇ-ମେଲ୍ ଜରିଆରେ ଏଆଇସିସିକୁ ଜଣାଇଥିଲେ ।

ତେବେ ଦଳର ପ୍ରଭାରୀ ଡାକ୍ତର ଅଜୟ କୁମାର କହିଥିଲେ ଯେ ପାର୍ଟି ଫଣ୍ଡିଂ କରିଥା’ନ୍ତା । ଫଣ୍ଡିଂର କୌଣସି ସମସ୍ୟା ନଥିଲା । ମୁଖ୍ୟ କଥା ହେଲା ପୁରୀରେ ଆମେ ପ୍ରାର୍ଥୀ ବଦଳେଇଥା’ନ୍ତୁ । ସୁଚରିତା ଏହି କଥା ଜାଣି ସାରିଥିଲେ । ସେଥିପାଇଁ ସେ ଟିକେଟ ଫେରାଇ ଦେଇ ନିଜେ ନିଜର ଚିଠିକୁ ଭାଇରାଲ କରିଛନ୍ତି ।

୨ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking