28.1 C
Bhubaneswar
Monday, May 13, 2024
Homeଓଡିଶା୨ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

୨ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର: ରବିବାର କଂଗ୍ରେସ ପକ୍ଷରୁ ଦୁ୍ଇ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କଟକ ଲୋକସଭା ଆସନ ପାଇଁ ସୁରେଶ ମହାପାତ୍ର ପ୍ରାର୍ଥୀ ହୋଇଥିବା ବେଳେ ସମ୍ବଲପୁରରେ ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ତାହା ପରିବର୍ତ୍ତନ କରାଯାଇ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ବାରିପଦା ଓ ଖଣ୍ଡପଡ଼ାରେ ପ୍ରାର୍ଥୀ ବଦଳାଇଯାଇଛି । ବାରିପଦାରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ ହେମ୍ବ୍ରମଙ୍କୁ ଦଳ ପ୍ରାର୍ଥୀ କରିଛି । ଖଣ୍ଡପଡ଼ାରେ ମନୋଜ ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଲା ମହାନ୍ତି ଉପରେ ଦଳ ଭରଷା କରିଛି ।

ଲୋକସଭା ପ୍ରାର୍ଥୀ
୧) ସମ୍ବଲପୁର – ନଗେନ୍ଦ୍ର ପ୍ରଧାନ
୨) କଟକ – ସୁରେଶ ମହାପାତ୍ର

ବିଧାନସଭା ପ୍ରାର୍ଥୀ
୧) ବାରିପଦା-ପ୍ରମୋଦ କୁମାର ହେମ୍ବ୍ରମ ( ବାଦଲ ହେମ୍ବ୍ରମଙ୍କ ଟିକେଟ କଟିଲା)
୨) ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ
୩) ବାଲେଶ୍ୱର- ମୋନାଲିସା ଲେଙ୍କା
୪) ବଡ଼ଚଣା- ଅଜୟ ସାମଲ
୫) ପାଲଲହଡ଼ା- ଫକୀର ସାମଲ
୬) ବାରବାଟୀ-କଟକ – ସୋଫିଆ ଫିର୍ଦ୍ଦୋସ (ମହମ୍ମଦ ମୋକିମଙ୍କ ଝିଅ)
୭) ଜଗତସିଂହପୁର-ପ୍ରତିମା ମଲ୍ଲିକ
୮) ଖଣ୍ଡପଡ଼ା- ବୈଜୟନ୍ତୀମାଳା ମହାନ୍ତି ( ମନୋଜ ପ୍ରଧାନଙ୍କ ଟିକେଟ କଟିଲା)

ଆଉ ୩ ଲୋକସଭା ଓ ୧୬ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking