23.1 C
Bhubaneswar
Saturday, February 8, 2025
Homeଓଡିଶାବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି, ବି.ଜେ.ପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି –...

ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି, ବି.ଜେ.ପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି – ନବୀନ ପଟ୍ଟନାୟକ

ବରଗଡରେ ନବୀନ ପଟ୍ଟନାୟକଙ୍କ ବିଶାଳ ସଭା, ଲୋକଙ୍କ ଭିତରେ ବିପୁଳ ଉତ୍ସାହ, ଖୁସିର ଲହର

ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ବିଲ୍‌ ଛାଡ କରିବ, ଜୁଲାଇରୁ ଆଉ ବିଲ୍‌ ଦେବାକୁ ପଡିବ ନାହିଁ, ଆପଣମାନେ ଖୁସି ତ ? ପଚାରିଲେ ମୁଖ୍ୟମନ୍ତ୍ରୀ, ବିପୁଳ ଆନନ୍ଦରେ ସମସ୍ତେ କହିଲେ ହଁ, ଦେଲେ କରତାଳି,

ସବୁ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଜନତାଙ୍କ ବିପୁଳ ସମ୍ମତି,

ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ, ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ

ଜୁନ୍‌ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକଙ୍କ ପ୍ରଥମ ଦସ୍ତଖତରେ ଆପଣଙ୍କ ବିଜୁଳି ବିଲ୍‌କୁ ଛାଡ ହେବ- କାର୍ତ୍ତିକ ପାଣ୍ଡିଆନ

ପ୍ରଧାନମନ୍ତ୍ରୀ ଆସିଥିଲେ, ଅସ୍ମିତା କଥା କହିଲେ, କିନ୍ତୁ ସମ୍ବଲପୁରୀ ଭାଷା ପାଇଁ ସେମାନେ କଣ କରିଛନ୍ତି? ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସିଡୁଲରେ ରଖିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ୫ ଥର ଚିଠି ଲେଖିଛନ୍ତି, କେନ୍ଦ୍ର କିଛି କଲା ନାହିଁ, ଖାଲି କହି ଦେଲେ କିଛି ଲାଭ ନାହିଁ, କାମ କରି ଦେଖାଇବାକୁ ହୁଏ

କେନ୍ଦ୍ରର ବିଜେପି ସରକାର, ଛତିଶିଗଡର ବିଜେପି ସରକାର, ଦୁଇ ସରକାର ମିଶି ଓଡିଶା ବିରୋଧରେ କାମ କଲେ, ମହାନଦୀରେ ଅନେକ ଡ୍ୟାମ, ଆଡିବନ୍ଧ କଲେ, Central Water Commission ଏହାକୁ ବନ୍ଦ କରିବାର କଥା, କିନ୍ତୁ କଲେ ନାହିଁ, ଏ ଅଞ୍ଚଳର କେନ୍ଦ୍ରମନ୍ତ୍ରୀ ଆଖି ବନ୍ଦ କରି ରହିଲେ

କିନ୍ତୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସୁପ୍ରିମ କୋର୍ଟ ଗଲେ, Tribunal ହେଲା, ତାପରେ ଯାଇ ତାଙ୍କ କାମ ବନ୍ଦ ହେଲା, ଏ ଅଞ୍ଚଳର ଜୀବନଧାରାକୁ ବଞ୍ଚେଇବାକୁ ଉଦ୍ୟମ କରିଛନ୍ତି ନବୀନ ବାବୁ

ମହାନ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରି ନାହାନ୍ତି, ଟଙ୍କାଟିଏ ବି ଦେଇ ନାହାନ୍ତି, ମ୍ୟୁଜିୟମ ଓ ସ୍ମୃତି ପୀଠ ସବୁ ମୁଖ୍ୟମନ୍ତ୍ରୀ କରିଛନ୍ତି

ବରଗଡରେ କ୍ୟାନ୍‌ସର ହସ୍ପିଟାଲ କରିବାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କଥା ଦେଇଥିଲେ, ଏବଂ କରି କି ଦେଖାଇଲେ, ଏହାକୁ ଆହୁରି ବଡ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାକୁ ଓଡିଶାର ସବୁଠୁ ବଡ କ୍ୟାନସ୍‌ର ହସ୍ପିଟାଲ କରାଯିବ

By-Election ବେଳକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ସଚିବ ସବୁ ଆସିଥିଲେ, କ୍ୟାନସ୍‌ର ରୋଗ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ କଥା ଦେଇଥିଲେ, କିନ୍ତୁ କିଛି କଲେ ନାହିଁ, ସବୁ ଭୁଲି ଗଲେ

ବିଜେପୁର By-Electionରେ ସେମାନେ କହିଥିଲେ ଏଠାରେ ଏକ୍ସପ୍ରେସ୍ ଟ୍ରେନ ଚାଲିବ, ପଦମ୍‌ପୁର By-Electionରେ ସେମାନେ କହିଥିଲେ ଏଠାରେ ଟ୍ରେନ ଚାଲିବ, ଷ୍ଟେସନ ହେବ, ହେଲା କି? ଆପଣମାନେ ଟ୍ରେନ ଦେଖିଲେ କି? କେବଳ ବଡ ବଡ କଥା କହିବା ଛଡା ସେମାନେ କିଛି ଜାଣନ୍ତି ନାହିଁ

ବରଗଡ ଲୋକସଭା କ୍ଷେତ୍ରରେ ୫ ଜଣ ମହିଳା ପ୍ରାର୍ଥୀ ହୋଇଛନ୍ତି, ଆପଣମାନଙ୍କ ସମ୍ମୁଖରେ ଛିଡା ହୋଇଛନ୍ତି, ଏହା ହେଉଛି ମହିଳା ସଶକ୍ତିକରଣ, ବିଜେପି ଏପରି କାମ ୧୦୦ ବର୍ଷରେ ମଧ୍ୟ କରିପାରିବ ନାହିଁ, କେନ୍ଦ୍ର ମନ୍ତ୍ରୀ ମିଶନ ଶକ୍ତି ବନ୍ଦ କରିବା କଥା କହୁଛନ୍ତି, କିନ୍ତୁ ଆମେ ତାଙ୍କୁ ଏହା କରିବାକୁ ଦେବା ନାହିଁ,

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ଉପରେ ପାଣ୍ଡିଆନ କହିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ, MSP ୩୧୦୦ ଟଙ୍କା କରିବେ ବୋଲି କହିଛନ୍ତି, ୧୦ ବର୍ଷ ଧରି କ୍ଷମତାରେ ରହିଲେ, ଚାଷୀଙ୍କ କଥା ଭାବିଲେ ନାହିଁ, ଏବେ ନିର୍ବାଚନକୁ ୧୦ ଦିନ ଅଛି ସେମାନଙ୍କର ଚାଷୀଙ୍କ କଥା ମନେ ପଡୁଛି, କାରଣ ସେମାନେ ଜାଣିଛନ୍ତି ଯେ ନିର୍ବାଚନରେ ସେମାନେ ଧରାଶାୟୀ ହେବେ, ପ୍ରଧାନମନ୍ତ୍ରୀ ବିଜେପିକୁ ବୁଷ୍ଟର ଡୋଜ୍‌ ଦେବାକୁ ଆସିଛନ୍ତି

ନିର୍ବାଚନ ଆସିଲେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଚାଷୀଙ୍କ କଥା ମନେ ପଡୁଛି, MSP କଥା ମନେପଡୁଛି, Cold store ମନେ ପଡୁଛି

୨୦୧୪ରେ, ୨୦୧୯ରେ MSP ଦୁଇ ଗୁଣ କଥା କହିଥିଲେ, କଲେ କି ? ୧୦ ବର୍ଷ କ୍ଷମତାରେ ରହିଲେ, ଚାଷୀ ଆତ୍ମହତ୍ୟା କଲେ, ଦିଲ୍ଲୀରେ ଚାଷୀ ଆନ୍ଦୋଳନ କଲେ, କିନ୍ତୁ ପ୍ରଧାନମନ୍ତ୍ରୀ କିଛି କଲେ ନାହିଁ, ସବୁ ଭୁଲି ଗଲେ, ଏବେ ନିର୍ବାଚନ ୧୦ ଦିନ ଆଗରୁ ପୁଣି ମନେପଡିଲା

ପ୍ରଧାନମନ୍ତ୍ରୀ କହୁଛନ୍ତି solar ଜରିଆରେ ମାଗଣା ବିଜୁଳି ଦେବେ, ତାର ରହସ୍ୟ ହେଉଛି ଆପଣମାନେ ୫୦ ହଜାର ଟଙ୍କା ଜମା କରିବେ, ତା ପରେ solar panel ଲାଗିବ, ଏକ କୋଟି ଘର ମଧ୍ୟରୁ ମାତ୍ର ୩ ଲକ୍ଷ ଘରକୁ ଏହି ସୁବିଧା ମିଳିବ

ଓଡିଶାର ୯୦ ପ୍ରତିଶତ ପରିବାର BSKYରେ ଅନ୍ତର୍ଗତ
ଆୟୁଷ୍ମାନ ଭାରତ ଓ BSKY ମଧ୍ୟରେ ପାର୍ଥକ୍ୟ ବୁଝାଇଲେ ପାଣ୍ଡିଆନ

ଆୟୁଷ୍ମାନ ଭାରତରେ ୫ ଲକ୍ଷ ଟଙ୍କା ସୁବିଧା, ବୀମା କମ୍ପାନୀଙ୍କୁ ପୋଷୁଛନ୍ତି ସରକାର, କିନ୍ତୁ BSKYରେ ସମସ୍ତଙ୍କୁ ୫ ଲକ୍ଷ, ମା ମାନଙ୍କୁ ୧୦ ଲକ୍ଷ, ନବୀନ ସରକାର ସିଧାସଳଖ ଲୋକଙ୍କୁ ସୁବିଧା ଦେଉଛନ୍ତି, BSKY Smart Card, ATM ଭଳି କାମ କରୁଛି, ଆୟୁଷ୍ମାନ ଭାରତରେ ମାତ୍ର ୪୦ ଲକ୍ଷ ପରିବାର ଏହି ସୁବିଧା ପାଇବେ, କିନ୍ତୁ ଆମେ ୯୦ ଲକ୍ଷ ପରିବାରକୁ BSKY ସୁବିଧା ଦେଉଛୁ, ବାକି ୫୦ ଲକ୍ଷ ପରିବାରଙ୍କ କଣ ହେବ?

ଡବଲ ଇଞ୍ଜିନ ହେଉଛି ଦିନରେ ଲଣ୍ଠନ ଦେଖାଉଥିବା ଇଞ୍ଜିନ,
ନବୀନ ଇଞ୍ଜିନ ସେବାର ଇଞ୍ଜିନ,
ଡବଲ ଇଞ୍ଜିନ ୨୦୦ ଟଙ୍କା ପେନ୍‌ସନ୍‌,
ନବୀନ ଇଞ୍ଜିନ ୧୦୦୦ ଟଙ୍କା ପେନ୍‌ସନ୍‌
ମେ ୨୦ରେ ଆପଣମାନେ ଇତିହାସ ସୃଷ୍ଟି କରିବେ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking