28.1 C
Bhubaneswar
Tuesday, May 21, 2024
Homeଓଡିଶାଘର ଭାଙ୍ଗିଲେ ହାତୀପଲ

ଘର ଭାଙ୍ଗିଲେ ହାତୀପଲ

ସମ୍ବଲପୁର : ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ହାତୀପଲ । ଗାଁ ଭିତରକୁ ପଶି ଘରଦ୍ୱାର ସହିତ ଫସଲକୁ ମଧ୍ୟ ନଷ୍ଟ କରି ଦେଉଛନ୍ତି । ଯାହାଫଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଉଛି । ସମ୍ବଲପୁର ସ୍ଥିତ ଯୁଯୋମୁରା ବ୍ଳକରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଲୋକଙ୍କ ଘରେ ପଶି ଘର ଭାଙ୍ଗିବା ସହ ଘରେ ପଶି ଚାଉଳ ଖାଇ ସମସ୍ତ ଜିନିଷପତ୍ରକୁ ନଷ୍ଟ କରିଦେଇଛି ହାତୀ । ଗାଁ ଭିତରକୁ ହାତୀ ପଶିବା ବେଳେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଗାଁରେ ପହଞ୍ଚି ହାତୀକୁ ଘଉଡାଇଥିଲା । କିନ୍ତୁ ପୁଣି ଯେତେବେଳେ ସମସ୍ତ ଗ୍ରାମବାସୀ ଶୋଇପଡ଼ିଥିଲେ ହାତୀ ଗାଁ ଭିତରକୁ ପଶି ଆତଙ୍କ ଖେଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking