30.1 C
Bhubaneswar
Monday, May 20, 2024
Homeଓଡିଶାବିଜେଡି ଆପେ ଆପେ ଭାଙ୍ଗିଲାଣି : ପୀତାମ୍ବର ଆଚାର୍ଯ୍ୟ

ବିଜେଡି ଆପେ ଆପେ ଭାଙ୍ଗିଲାଣି : ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର : ବିଜେଡିକୁ ବିଜେପି ଭାଙ୍ଗିବା ଚେଷ୍ଟା ନେଇ ପାଣ୍ଡିଆନଙ୍କ ମନ୍ତବ୍ୟ ପ୍ରସଙ୍ଗ । କଡା ସମାଲୋଚନା କଲେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ । ତାଲିଲ ବାବୁ ବୁଝିବା ଦରକାର ବିଜେଡିକୁ ଭାଙ୍ଗିବା ଦରକାର ନାହିଁ । ବିଜେଡି ଆପେ ଆପେ ଭାଙ୍ଗି ଗଲାଣି । ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହନ୍ତି, ନବୀନ ନିବାସରୁ ଏୟାରପୋର୍ଟ ବୁଲାବୁଲି । ମୁଖ୍ୟମନ୍ତ୍ରୀ ଏବେ ସଖୀ କଣ୍ଡେଇ, କିଛି ଅଫିସର ତାଙ୍କୁ ନଚାଉଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ ଶହ କୋଟି ଖର୍ଚ୍ଚ, ହୋଇଛି ୩ ପାଇଖାନା । ଜୁନ ୧୦ରେ ବିଜେପି ସରକାର ଆସିଲା ଦିନ ସିବିଆଇକୁ ହସ୍ତାନ୍ତର କରାଯିବ । ମହାପ୍ରଭୁଙ୍କ ୪ ଦ୍ୱାର ବନ୍ଦ କରି ଶ୍ରଦ୍ଧାଳୁଙ୍କୁ ହଇରାଣ କରୁଛନ୍ତି । ଏମାନେ ଯଦି କ୍ଷମତାକୁ ଆସିବେ ତାହେଲେ ପ୍ରବେଶ ପାଇଁ ଟିକେଟ୍ ବିକିବେ । ବିଜୁ ବାବୁଙ୍କୁ ଭାରତରତ୍ନ କଥା କହୁଛନ୍ତି, ପୋଷ୍ଟରରେ ଗୋଟିଏ ଫଟୋ ନାହିଁ । ସତ୍‌ସାହସ ଥିଲେ ତାମିଲନାଡୁ ଯାଇ ରାଜନୀତି କରନ୍ତୁ କହିଲେ ପୀତାମ୍ବର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking