30.1 C
Bhubaneswar
Monday, May 20, 2024
Homeଓଡିଶାଗାଧେଇବା ବେଳେ ନଦୀରେ ବୁଡି ଯୁବତୀ ନିଖୋଜ

ଗାଧେଇବା ବେଳେ ନଦୀରେ ବୁଡି ଯୁବତୀ ନିଖୋଜ

କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ନଦୀରେ ଗାଧେଇବା ବେଳେ ବୁଡି ନିଖୋଜ ଯୁବତୀ। ସୂଚନା ଅନୁସାରେ, ନଦୀରେ ବୁଡି ଯୁବତୀ ନିଖୋଜ ହୋଇଛନ୍ତି। ପ୍ରାୟ ୧୨ଟା ସମୟରେ ସାଙ୍ଗମାନଙ୍କ ସହ ଜଲାପୁଟ ନଦୀକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ଗାଧୋଇବା ବେଳେ କୌଣସି କାରଣ ବଶତଃ ଯୁବତୀ ପାଣିରେ ବୁଡି ଯାଇଥିଲେ। ଏହାପରେ ନଦୀରେ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ନିଖୋଜ ଯୁବତୀ କଖୀନମୁଙ୍ଗ ଗ୍ରାମର ବୋଲି ଜଣାପଡିଛି। ଖବରପାଇ ଲମତାପୁଟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ଜଲାପୁଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking