30.1 C
Bhubaneswar
Monday, May 20, 2024
Homeବଲିଉଡଇନଷ୍ଟାଗ୍ରାମରୁ କାହିଁକି ନିଜର ବିବାହ ଫଟୋକୁ ଡିଲିଟ୍‌ କଲେ ରଣବୀର

ଇନଷ୍ଟାଗ୍ରାମରୁ କାହିଁକି ନିଜର ବିବାହ ଫଟୋକୁ ଡିଲିଟ୍‌ କଲେ ରଣବୀର

ନୂଆଦିଲ୍ଲୀ : ଚଳିତବର୍ଷ ସେପ୍ଟେମ୍ବର ମାସରେ ରଣବୀର ଓ ଦୀପିକା ସେମାନଙ୍କ ପ୍ରଥମ ସନ୍ତାନକୁ ନେଇ ଘୋଷଣା କରିଛନ୍ତି। ସବୁକିଛି ଭଲରେ ଚାଲୁଥିବା ବେଳେ ରଣବୀର ସିଂଙ୍କ ନିକଟରେ ସୋସିଆଲ ମିଡିଆରୁ ନିଜର ଅନେକ ପୋ‌ଷ୍ଟ୍‌କୁ ଡିଲିଟ୍‌ କରି ଦେଇଛନ୍ତି। ସେହି ପୋଷ୍ଟ୍‌ ମଧ୍ୟରେ ତାଙ୍କର ଓ ଦୀପିକାଙ୍କର ୨୦୧୮ ମସିହାର ବିବାହ ଫଟୋ ବି ଥିଲା। ତାଙ୍କର ଏହି ସୋସିଆଲ୍‌ ମିଡିଆରୁ ପୋ‌ଷ୍ଟ୍‌କୁ ଡିଲିଟ୍‌ କରିବା ଏକ ବିରାଟ ଆଲୋଚନା ଆରମ୍ଭ କରିଛି ଏବଂ କିଛି ଲୋକ ମନ୍ତବ୍ୟ ଦେଉଛନ୍ତି ଯେ ଦମ୍ପତିଙ୍କ ମଧ୍ୟରେ ହୁଏତ କିଛି ମତଭେଦ ଚାଲିଛି ବୋଧହୁଏ । ଇଟାଲୀରେ ଦମ୍ପତି ବିବାହ କରିଥିବା ବେଳେ ସେମାନଙ୍କ ବିବାହର ଚିତ୍ରଗୁଡ଼ିକ ବର୍ଷ ବର୍ଷ ଧରି ପ୍ରଶଂସକ-ପ୍ରିୟ ହୋଇଆସୁଥିଲା । ଅନ୍ୟପକ୍ଷରେ, ଦୀପିକା ପାଦୁକୋନଙ୍କ ଇନଷ୍ଟାଗ୍ରାମରେ ବିବାହର ସମସ୍ତ ଫୋଟୋ ଏବେ ମଧ୍ୟ ଦୃଶ୍ୟମାନ ହେଉଛି । ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଖୁବ୍ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ ଆଶା କରୁଥିବାବେଳେ, ଏବେ ଏହି ନୂତନ ଖବର ପ୍ରଶଂସକଙ୍କ ପାଇଁ ଏକ ଚକିତକର ବିଷୟ ହୋଇଛି।ରଣବୀର ଏପରି ଅଚାନକ ଫଟୋଗୁଡ଼ିକୁ ହଟାଇବା ପରେ ତାହା ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି, ଅନେକ ରଣବୀର ସିଂଙ୍କ ଟାଇମଲାଇନରେ ଥିବା ଅନ୍ୟ ପୋଷ୍ଟଗୁଡିକର ମନ୍ତବ୍ୟ ବିଭାଗରେ ସେମାନଙ୍କ ମତାମତ ବାଣ୍ଟିଛନ୍ତି। ତେବେ ରଣଭୀର ସିଂ ଏବେ ତାଙ୍କର ଆଗାମୀ ଫିଲ୍ମ ହନୁମାନ ନିର୍ଦ୍ଦେଶକ ପ୍ରସାନ୍ତ ଭର୍ମାଙ୍କ ସହ ଏକ ଚଳଚ୍ଚିତ୍ରରେ କାମ କରିବାକୁ ଯାଉଛନ୍ତି ଯାହା ପ୍ରସନ୍ନ ଭର୍ମା ସିନେମାଟିକ୍ ୟୁନିଭର୍ସ (ପିଭିସିୟୁ) ର ଅଂଶ ହେବ। ସେହିପରି ଦୀପିକା ପାଦୁକୋନଙ୍କୁ ମଧ୍ୟ ଫିଲ୍ମ ସିଙ୍ଗହମ୍ ଏଗେନରେ ଦେଖିବାକୁ ପାଇବେ ଦର୍ଶକ, ଯାହା ୨୦୨୫ ରିପବ୍ଲିକ୍ ଡେ ୱିକେଣ୍ଡରେ ପରଦାରେ ଆସିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking