30.1 C
Bhubaneswar
Monday, May 20, 2024
Homeସ୍ୱାସ୍ଥ୍ୟମୁହଁକୁ ସୁନ୍ଦର କରେ ଘି-କୁଆଁରୀ

ମୁହଁକୁ ସୁନ୍ଦର କରେ ଘି-କୁଆଁରୀ

ଭୁବନେଶ୍ୱର : ବଜାରରେ ମିଳୁଥିବା ଦାମୀ କ୍ରିମ୍ ତୁଳନାରେ ଘରୋଇ ମଏଶ୍ଚରାଇଜର୍ର କରାମତି ଖୁବ୍ ଅଧିକ। ତେବେ ଘି-କୁଆଁରୀ ପତ୍ରକୁ କାଟି ତା’ ରସକୁ ଗୋଟିଏ କାଚ ବୋତଲରେ ରଖିବେ। ବୋତଲକୁ ସପ୍ତାହେ ପର୍ୟ୍ୟନ୍ତ ଫ୍ରିଜ୍ ରେ ରଖିହେବ। ଗାଧୋଇବା ପରେ ଗୋଟିଏ ଚାମଚ ଘି-କୁଆଁରୀ ରସକୁ ମୁହଁରେ ଲଗାଇଲେ ଦାଗ ଦୂର ହେବା ସହ ତ୍ବଚା ଶୁଷ୍କ ହୁଏନି । ଖିର ସର ମଧ୍ୟ ବେଶ୍ କରାମତି ଦେଖାଏ। ବେସନ ଗୋଟିଏ ଚାମଚରେ ଖିର ସର ମିଶାଇ ତ୍ବଚାରେ ଲଗାଇବେ। ଶୁଖିବା ପରେ ଉଷୁମ ପାଣିରେ ମୁହଁ ଧୁଅନ୍ତୁ। ଏହି ପ୍ୟାକ୍ ଲଗାଇବା ପରେ ତ୍ବଚାରେ ଅନ୍ୟ କୌଣସି କ୍ରିମ୍ ଲଗାଇବା ଆବଶ୍ୟକତା ନାହିଁ। ମେକ୍ଅପ୍ ବାହାର କରିବାକୁ କେତେଜଣ ନଡ଼ିଆ ତେଲ ବ୍ୟବହାର କରନ୍ତି। ନଡ଼ିଆ ତେଲକୁ ରାତିରେ ଶୋଇବା ପୂର୍ବରୁ ମୁହଁ, ହାତ, ପାଦରେ ମାଲିସ୍ କରିବେ। ଏହା ମଧ୍ୟ ଏକପ୍ରକାର ପ୍ରାକୃତିକ ମଏଶ୍ଚରାଇଜର୍। ଶୁଷ୍କ ତ୍ବଚା ପାଇଁ ମହୁ ଔଷଧ ଭଳି କାମ କରେ। ସ୍ନାନ ପରେ ଦୁଇ ଠୋପା ମହୁ ନେଇ ମୁହଁରେ କିଛି ସମୟ ମାଲିସ୍ କରିବେ। ୨୦ ମିନିଟ୍ ପରେ ନଖ ଉଷୁମ ପାଣିରେ ତ୍ବଚା ଧୋଇନେବେ। ଏମିତି ପ୍ରତିଦିନ କଲେ ତ୍ବଚା ପାଇଁ ଅନ୍ୟ କୌଣସି ମଏଶ୍ଚରାଇଜର୍ ଆବଶ୍ୟକତା ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking