30.1 C
Bhubaneswar
Monday, May 20, 2024
Homeଅପରାଧବିବାହ ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଯାହା କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଯାହା କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଲକ୍ଷ୍ନୌ : ତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି ଲୋମହର୍ଷକାରୀ ଘଟଣା। ଯୁବତୀଙ୍କୁ ଗଣବଲାତ୍କାର । ଯୁବତୀଙ୍କ ସହ ପ୍ରେମର ଛଳନା କରି ବିବାହର ପ୍ରତିଶ୍ରୁତି ଦେଲେ। ଏହାପରେ ବିବାହ ପାଇଁ ପୋଷାକ କିଣି ଦେବା ବାହାନାରେ ଘରୁ ଡାକିଲେ। ମାତ୍ର ମାର୍କେଟ ନେବା ପରିବର୍ତ୍ତେ ଏକ ଗ୍ୟାରେଜକୁ ନେଲେ। ସେଠାରେ ନିଜ ୪ ସାଥୀଙ୍କ ସହ ମିଶି ପ୍ରେମିକାଙ୍କ ଗଣବଳାତ୍କାର କଲେ ଯୁବକ। ପୁଲିସ୍‌ ଅଭିଯୁକ୍ତ ହିମାଂଶୁ, ତାଙ୍କ ୪ ସାଙ୍ଗ ଅନିଲ, ବାହିଦ, ସମୀର ଓ ସାହିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହିମାଂଶୁ ପୀଡ଼ିତାଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ। କିଛି ଦିନ ପରେ ହିମାଂଶୁ ସମ୍ପୃକ୍ତା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିବାହ ପୋଷାକ କିଣିବାକୁ ଡାକିଥିଲେ। ଏହାପରେ ମାର୍କେଟ ନେବା ବଦଳରେ ସେ ତାଙ୍କୁ ଏକ ଗ୍ୟାରେଜକୁ ନେଇଥିଲେ। ସେଠାରେ ତାଙ୍କ ୪ ସାଙ୍ଗ ଥିବା ବେଳେ ସେମାନଙ୍କ ସହ ମିଶି ହିମାଂଶୁ ବି ନିଜ ପ୍ରେମିକାଙ୍କୁ ବଳାତ୍କାର କରିଥିଲେ। ଏହାପରେ ଘଟଣାସ୍ଥଳରୁ ସମସ୍ତେ ଫେରାର ହୋଇ ଯାଇଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍‌ ମାମଲାକୁ ଚାପି ଦେବାକୁ ଉଦ୍ୟମ କରିଥିଲା। ମାତ୍ର ଘଟଣା ପ୍ରଘଟ ହେବା ପରେ ପୁଲିସ୍‌ ବାଧ୍ୟ ହୋଇ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking