30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଲିଭ୍‌-ଇନ୍ ସମ୍ପର୍କକୁ ନେଇ ଛତିଶଗଡ ହାଇକୋର୍ଟ ଶୁଣାଇଲେ ଏଭଳି ରାୟ..

ଲିଭ୍‌-ଇନ୍ ସମ୍ପର୍କକୁ ନେଇ ଛତିଶଗଡ ହାଇକୋର୍ଟ ଶୁଣାଇଲେ ଏଭଳି ରାୟ..

ଛତିଶଗଡ : ଲିଭ-ଇନ୍‌ ରିଲେସନଶିପ୍‌ ଆଜିକାଲି ଏକ ଫ୍ୟାଶନ୍‌ରେ ପାଲଟି ଗଲାଣି। ବିବାହ ପୂର୍ବରୁ ପରସ୍ପରକୁ ଭଲ ଭାବେ ଜାଣିବା ପାଇଁ ଯୁବକ-ଯୁବତୀ ଲିଭ-ଇନ୍‌ରେ ରହିବାକୁ ପସନ୍ଦ କରନ୍ତି। ତେବେ ଏହି ଲିଭ-ଇନ୍‌ ରିଲେସନଶିପ୍‌କୁ ନେଇ ଛତିଶଗଡ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଏହାକୁ ଭାରତୀୟ ସଂସ୍କୃତି ପାଇଁ କଳଙ୍କ ବୋଲି କହିଛନ୍ତି। ଜଷ୍ଟିସ୍‌ ଗୌତମ ଭାଦୁଡି ଓ ଜଷ୍ଟିସ ସଞ୍ଜୟ ଏସ୍‌ ଅଗ୍ରଓ୍ୱାଲଙ୍କ ଦୁଇ ଜଣିଆ ଖଣ୍ଡପୀଠ ଲିଭ୍‌-ଇନ୍‌ ସମ୍ପର୍କରୁ ଜନ୍ମ ହୋଇଥିବା ଶିଶୁର ହେପାଜତ ମାମଲାରେ ଶୁଣାଣି କରି କଡ଼ା ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ, ଶିଶୁଟିର ରକ୍ଷଣାବେକ୍ଷଣ ସଂପର୍କରେ ତା’ ବାପା ଛତିଶଗଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ମାମଲାର ଶୁଣାଣି ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଯୁବକ-ଯୁବତୀଙ୍କ ପାଇଁ ଲିଭ୍‌-ଇନ୍‌ ରିଲେସନଶିପ୍‌ରୁ ବାହାରକୁ ଆସିବା ସହଜ। ତେବେ ଲିଭ୍‌-ଇନ୍‌ ସମ୍ପର୍କରୁ ଜନ୍ମିତ ପିଲାମାନଙ୍କ ଦୁଃଖକୁ କୋର୍ଟ ଅଣଦେଖା କରିପାରିବେ ନାହିଁ। ଏହି ଲିଭ-ଇନ୍‌ ସମ୍ପର୍କ ଭାରତୀୟ ମାନ୍ୟତା ବିରୋଧୀ ଅଟେ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ସମାଜର କେତେକ ସ୍ଥାନରେ ଗ୍ରହଣ କରାଯାଇଥିବା ଲିଭ୍‌-ଇନ୍ ସମ୍ପର୍କ ଏବେ ମଧ୍ୟ ଭାରତୀୟ ସଂସ୍କୃତିରେ ଏକ କଳଙ୍କିତ ହୋଇ ରହିଛି। କାରଣ ଲିଭ୍‌-ଇନ୍ ସମ୍ପର୍କ ଏକ ଆୟାତିତ ଧାରଣା, ଯାହା ଭାରତୀୟ ରୀତିନୀତିର ପୂରାପୁରି ବିପରିତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking