26.1 C
Bhubaneswar
Wednesday, May 8, 2024
Homeଅପରାଧକଂଗ୍ରେସ ନେତାଙ୍କୁ ହତ୍ୟା କଲେ ଲାଲବାହିନୀ

କଂଗ୍ରେସ ନେତାଙ୍କୁ ହତ୍ୟା କଲେ ଲାଲବାହିନୀ

ରାୟପୁର : ଛତିଶଗଡରେ ଲାଲବାହିନୀଙ୍କ ନାରକୀୟ କାଣ୍ଡ । ଘରୁ ଉଠାଇନେଇ କଂଗ୍ରେସ ନେତାଙ୍କୁ ବୀଭତ୍ସ ଭାବେ ହତ୍ୟା କଲେ ନକ୍ସଲ । ମୃତକଙ୍କ ନାମ ଜୋଗା ପୋଡିୟାମ । ଗତକାଲି ଛତିଶଗଡରେ ଦ୍ବିତୀୟ ପର୍ୟ୍ୟାୟ ଲୋକସଭା ନିର୍ବାଚନ ଥିବାବେଳେ ଏଥିରେ ମତଦାନ କରିବା ନେଇ ନକ୍ସଲମାନେ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ଛତିଶଗଡ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ନକ୍ସଲମାନେ ସମ୍ପୃକ୍ତ କଂଗ୍ରେସ ନେତାଙ୍କୁ ଅନେକ ଧର ହତ୍ୟା ଧମକ ଦେଇଥିଲେ । ସୂଚନା ଅନୁଯାୟୀ, ଦନ୍ତେୱାଡା ଜିଲ୍ଲାର ଅରନପୁର ଥାନା ଅନ୍ତର୍ଗତ ପୋଟାଲି ଗାଁରେ ଘଟିଛି ଏହି ଘଟଣା । ରାତି ପ୍ରାୟ ୧୧ଟା ବେଳେ ହତ୍ୟାକାଣ୍ଡ ହୋଇଥିଲା । ମୃତ କଂଗ୍ରେସ ନେତା ପୂର୍ବତନ ଜନପଦ ସଦସ୍ୟ ଥିଲେ । ବର୍ତ୍ତମାନ ତାଙ୍କର ପତ୍ନୀ ଜନପଦ ସଦସ୍ୟ ରହିଛନ୍ତି । କାଲି ରାତିରେ କଂଗ୍ରେସ ନେତା ଖାଇ ପିଇ ସାରି ନିଜ ଘରେ ଶୋଇଥିଲେ । ଏହି ସମୟରେ ୨୦ରୁ ୩୦ ନକ୍ସଲ ଘରେ ପଶି ତାଙ୍କୁ ଉଠାଇ ନେଇଥିଲେ । ଗାଁ ଠାରୁ କିଛି ଦୂରକୁ ନେଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିଲେ । ତେବେ ୧୦ ବର୍ଷ ତଳେ ନକ୍ସଲମାନେ ଏହି କଂଗ୍ରେସ ନେତାଙ୍କ ପୁଅକୁ ମଧ୍ୟ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking