30.1 C
Bhubaneswar
Monday, May 20, 2024
Homeଅପରାଧଥଣ୍ଡାରେ ନିଶା ଦେଇ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଥଣ୍ଡାରେ ନିଶା ଦେଇ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ବ୍ରହ୍ମପୁର: ମୃଦୁ ପାନୀୟରେ ନିଶା ମିଶାଇ ନାବାଳିକା ଛାତ୍ରୀଙ୍କୁ ଅଚେତ କରାଇବା ପରେ ଗଣଦୁଷ୍କର୍ମ କରାଯିବା ଭଳି ସଙ୍ଗୀନ ଅପରାଧ ଘଟିଛି ବ୍ରହ୍ମପୁର ସହରରେ । ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ଛାତ୍ରାବାସରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଥିବାବେଳେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ଅପରାଧରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ନାବାଳିକାଙ୍କର ବୟାନ ରେକର୍ଡ ପରେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ତାହାକୁ ନେଇ ପୋଲିସ ଘଟଣାର ତଦନ୍ତ ଜୋରଦାର କରିଛି । ବ୍ରହ୍ମପୁର ସହରରେ ଚଳିତ ମାସ ୩ ତାରିଖ ଦିନ ଏଭଳି ଘଟଣା ଘଟିଥିଲା । ପୋଲିସର ସୂଚନାନୁଯାୟୀ, ପୀଡ଼ିତା ଛାତ୍ରୀ ଜଣଙ୍କ ନିଜର ଜଣେ ଝିଅ ସାଙ୍ଗ ସହିତ ଘଟଣା ଦିନ ବଜାରକୁ ଭାବରେ ଯାଇଥିଲେ । ହେଲେ ବଜାରରେ ଥିବା ସମୟରେ ସାଙ୍ଗ ଜଣଙ୍କ କିଛି କାମରେ ପଳାଇଥିଲେ ।

ଏହି ସମୟରେ ନାବାଳିକାଙ୍କ ପରିଚିତ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁରୁଷ ବନ୍ଧୁ ଜଣଙ୍କ ଏକାକୀ କାହିଁକି ଖରାରେ ଠିଆ ହୋଇଛ ପଚାରିବା ସହିତ ନାବାଳିକାଙ୍କୁ ନିକଟରେ ତାଙ୍କ ଘର ଥିବା କହି ଡାକି ନେଇଥିଲା । ସେଠାରେ ରହି ତାଙ୍କ ବାପାଙ୍କୁ ଫୋନ୍ କରି ଚାଲିଯିବେ କହି ଡାକି ନେଇଥିଲା ଅଭିଯୁକ୍ତ । ନାବାଳିକା ଛାତ୍ରୀଙ୍କୁ ନିଜ ଘର କହି ଛାତ୍ରାବାସକୁ ନେଇଯାଇଥିଲା ଅଭିଯୁକ୍ତ । ଏହାଦେଖି ନାବାଳିକା ଜଣଙ୍କ ତାକୁ ଏଭଳି ସ୍ଥାନକୁ କାହିଁକି ଆଣିଛ ବୋଲି ପ୍ରଶ୍ନ କରିଥିଲେ । ହେଲେ ଅଭିଯୁକ୍ତ ଜଣଙ୍କ ସେହି ସମୟରେ ଏକ ମୃଦୁ ପାନୀୟରେ କୌଣସି ନିଶା ମିଶାଇ ପିଇବାକୁ ଦେଇଥିଲା, ଏବଂ ଏହାକୁ ସେ ପିଇବା ସମୟରେ ଅଭିଯୁକ୍ତ କହିଥିଲା ମୁଁ ମାଆଙ୍କୁ ନେଇ ଆସୁଛି । ଆଉ ସେହି ସମୟରେ ସେ ସେଠାରୁ ଚାଲିଯାଇ ନିଜର ଅନ୍ୟ ପରିଚିତ ପାଞ୍ଚରୁ ଛଅ ଜଣ ଯୁବକ ଉକ୍ତ ଛାତ୍ରାବାସକୁ ଡାକି ଆଣିଥିଲା । ଏହାପରେ ଏହି ଲଜ୍ଜାଜନକ ଘଟଣା ଘଟିଥିବା ଅଭିଯୋଗ କରିଥିଲେ ପୀଡିତା।

ବ୍ରହ୍ମପୁର ସହରରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣାର ଅଭିଯୋଗ ପରେ ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ସେପଟେ ପୀଡିତା ଜଣଙ୍କ ଏତଲାରେ ପାଞ୍ଚରୁ ଛଅ ଜଣ ଅଭିଯୁକ୍ତ ରହିଥିବା ନେଇ ଅଭିଯୋଗ କରିଥିବାବେଳେ ପୋଲିସ ଏବେ ଯାଏଁ ଛାତ୍ରୀଙ୍କୁ ବଜାରରୁ ଛାତ୍ରାବାସକୁ ନେଇଥିବା ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୫ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ସେମାନଙ୍କ ମେଡିକାଲ ଟେଷ୍ଟ କରାଇ ଗିରଫ କରିଛି । ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯିବା ନେଇ କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଦାୟିତ୍ୱରେ ଥିବା ଡିଆଇଜି ଡଃ ସାର୍ଥକ ଷଡ଼ଙ୍ଗୀ । ସେପଟେ ଏହି ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଫେରାର ରହିଥିବାବେଳେ ଏଥିରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ପୋଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ଏସ୍‌ପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking