30.1 C
Bhubaneswar
Monday, May 20, 2024
Homeଓଡିଶା୬ ବର୍ଷର ଶିଶୁ କନ୍ୟା ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

୬ ବର୍ଷର ଶିଶୁ କନ୍ୟା ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ସମ୍ବଲପୁର: ସମ୍ବଲପୁରରେ ଲଜ୍ଜା । ଶିଶୁ କନ୍ୟାକୁ ବି ଛାଡିଲେନି । ୬ ବର୍ଷର ଶିଶୁ କନ୍ୟାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ । ଶିଶୁର ଅବସ୍ଥା ସଂକଟାପନ୍ନ ଥିବାରୁ ଚିକିତ୍ସା ନିମନ୍ତେ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଶିଶୁ କନ୍ୟାଟି ମହୁଲପାଲି ଥାନା ଅଞ୍ଚଳକୁ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପରିବାର ସହ ସୁନ୍ଦରଗଡ଼ରୁ ଆସିଥିଲେ କ୍ଷ ଗତ ଶନିବାର ରାତିରେ ବାହାଘର ନାଚଗୀତ ଚାଲିଥିବା ସମୟରେ ଅଭିଯୁକ୍ତ ଯୁବକ ଜଣଙ୍କ ଏକ ନିଛାଟିଆ ସ୍ଥାନକୁ ଶିଶୁଟିକୁ ନେଇଯାଇ ଦୁଷ୍କର୍ମ କରିଥିଲା ।

ଏହାପରେ ପରିବାର ଲୋକେ ଶିଶୁକନ୍ୟାକୁ ବହୁ ଖୋଜାଖୋଜି କରିବା ପରେ ଏକ ପରିତ୍ୟକ୍ତ ସ୍ଥାନରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ କୁଚିଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ କ୍ଷ ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରା ଯାଇଥିଲା କ୍ଷ ବୁର୍ଲାରେ ବର୍ତ୍ତମାନ ଶିଶୁଟିର ଚିକିତ୍ସା ଜାରି ରହିଛି କ୍ଷ ମହୁଲପାଲି ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି । ଅନ୍ୟପଟେ ଶିଶୁଟିର ଅବସ୍ଥା ଜାଣିବା ପାଇଁ ଅତିରିକ୍ତ ଏସପି, କୁଚିଣ୍ଡା ଏସଡ଼ିପିଓ ଓ ବୁର୍ଲା ଥାନା ଅଧିକାରୀ ଭୀମସାର ମେଡିକାଲରେ ପହଞ୍ଚିଛନ୍ତି । ଦିନକୁ ଦିନ ମହିଳାଙ୍କ ପ୍ରତି ବଢ଼ି ଚାଲିଛି ନିର୍ଯାତନା । ବାରମ୍ବାର ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଛି । ଶିଶୁକନ୍ୟାଙ୍କୁ ମଧ୍ୟ ଦୁଷ୍କର୍ମ କରାଯଉଥିବା ଘଟମା ମାନ ସାମ୍ନାକୁ ଆସୁଛି । ଗତ ଫେବୃଆରୀ ମାସରେ କଟକ ପୋପରଡା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ପୀଡିତାଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତ କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking