30.1 C
Bhubaneswar
Monday, May 20, 2024
Homeଓଡିଶାକଠୋର ହେଲା ବିଏମ୍‌ସି: ବିଳମ୍ବରେ ଆସିଲେ କଟିବ ଦରମା

କଠୋର ହେଲା ବିଏମ୍‌ସି: ବିଳମ୍ବରେ ଆସିଲେ କଟିବ ଦରମା

ଭୁବନେଶ୍ୱର: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀମାନଙ୍କର ଦରମା କଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଘୋଷଣା କରିଛି । ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି । ସକାଳ ୧୦ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦.୩୦ ପରେ ଆସିଲେ ବିଳମ୍ବ ବୋଲି ଧରାଯିବ ।

ମାସକରେ ୨ରୁ ଅଧିକ ବିଳମ୍ବ ଉପସ୍ଥାନ ପାଇଁ ଅଧାଦିନ ସିଏଲ୍ କଟିବ । ୧୦ ଦିନରୁ ଅଧିକ ବିଳମ୍ବ ଉପସ୍ଥାନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ସିଲ୍‌/ଇଲ୍ ନଥାଇ ୭ ଦିନ ବିଳମ୍ବରେ ଆସିଲେ, ଗୋଟିଏ ଦିନର ଦରମା କଟିବ । ଏହି ନିୟମ ବିଏମସିର ସମସ୍ତ ସ୍ଥାୟୀ, ଠିକା, ଅନ୍ୟ କର୍ମଚାରୀଙ୍କ ପାଇଁ ଲାଗୁ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking