30.1 C
Bhubaneswar
Monday, May 20, 2024
Homeଓଡିଶାବିଜେପି ଓ ବିଜେଡି ନେତାମାନେ କେବଳ ଭୋଟ୍ ପାଇଁ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି: ଡ....

ବିଜେପି ଓ ବିଜେଡି ନେତାମାନେ କେବଳ ଭୋଟ୍ ପାଇଁ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି: ଡ. ବିଶ୍ୱରଞ୍ଜନ

– ବାସ୍ତବରେ ଓଡ଼ିଶାର ସ୍ୱାର୍ଥ ପ୍ରତି ସେମାନଙ୍କ ଆନ୍ତରିକତା ନାହିଁ
– କଂଗ୍ରେସ ଶାସନରେ ହିଁ ଓଡ଼ିଶାର ପ୍ରକୃତ ବିକାଶ ହୋଇଛି
ଭୁବନେଶ୍ୱର : ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ନେତାମାନେ ନିର୍ବାଚନ ସମୟରେ କେବଳ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅସ୍ମିତାର କଥା କହୁଛନ୍ତି । ବାସ୍ତବରେ ଓଡ଼ିଆ ଭାଷା, ଓଡ଼ିଶାର ସ୍ୱାର୍ଥ ପ୍ରତି ସେମାନଙ୍କର କୌଣସି ପ୍ରକାର ଆନ୍ତରିକତା ନାହିଁ ବୋଲି ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ।
ଏକ ପ୍ରେସ୍ ବିବୃତିରେ ଡ. ମହାନ୍ତି କହିଛନ୍ତି ଯେ ରାଜ୍ୟ ସଚିବାଳୟକୁ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରବେଶ ନିଷେଧ କରିଥିବା ବିଜେଡ଼ି ସରକାରର ଜଣେ କଥାକଥିତ ଅଣଓଡ଼ିଆ ନେତା ଭି.କେ ପାଣ୍ଡିଆନ ସାମ୍ବାଦିକ ମାନଙ୍କୁ ଡାକି ରାଜନୈତିକ ଚର୍ଚ୍ଚା କରୁଛନ୍ତି ଓ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଅବଧିର ଶାସନ କାଳରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିବାତ ଦୂରର କଥା ଥରୁଟିଏ ହେଲେ ବି ଓଡ଼ିଆ ସାମ୍ବାଦିକ ମାନଙ୍କ ସହ ଚର୍ଚ୍ଚ ଆଲୋଚନା କରିବା ରାଜ୍ୟବାସୀ କେବେହେଲେ ଦେଖି ନାହାନ୍ତି । ମୁଖ୍ୟମନ୍ତ୍ରୀ ୨୪ ବର୍ଷର ଶାସନ ପରେ ମଧ୍ୟ ଠିକ୍ ଭାବେ ଓଡ଼ିଆ କହିପାରୁନଥିବା ବେଳେ ଓଡ଼ିଶାର ପ୍ରମୁଖ ସ୍ଥାନର ନାମକୁ ଯେପରି ଭାବେ ଅପଭ୍ରଂସ କରି କହୁୁଛନ୍ତି ସେଥିରେ ସମଗ୍ର ଓଡ଼ିଆ ଜାତି ଆଜି ଦୁଃଖିତ ଓ ମର୍ମାହତ ହୋଇପଡ଼ିଛନ୍ତି । ବିଜେଡି ଶାସନ କାଳରେ ରାଜ୍ୟରେ ଅଣଓଡ଼ିଆଙ୍କ ପାଦୃଭାବ ବଢ଼ିଛି । କେନ୍ଦ୍ରର ବିଜେପି ସରକାର ସମୟରେ ମଧ୍ୟ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଇଛି । ଡ. ମହାନ୍ତି କହିଛନ୍ତିଯେ ମୁଖ୍ୟମନ୍ତ୍ରୀ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବକୁ ସମର୍ଥନ ଦେବା ପ୍ରସଙ୍ଗରେ ଏକ ପତ୍ର ମାଧ୍ୟମରେ କହିଥିଲେ ଯେ ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ସେ ଶ୍ରୀଯୁକ୍ତ ବୈଷ୍ଣବଙ୍କୁ ସମର୍ଥନ କରୁଛନ୍ତି । ସେ ସ୍ୱାର୍ଥଟି କଣ ତାହା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ପଷ୍ଟ କରିବେକି ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି । ଡ. ମହାନ୍ତି କହିଛନ୍ତି ଯେ ଓଡ଼ିଆ ଅସ୍ମିତା ଆଜି ସଂକଟର ସାମନା କରୁଛି । ଓଡ଼ିଶା ସୀମାନ୍ତ ଅଂଚଳ ଆଜି ଅସୁରକ୍ଷିତ । ପଡ଼ୋଶୀ ରାଜ୍ୟମାନଙ୍କର ଅନୁପ୍ରବେଶ ବିଜେଡ଼ି ସରକାରର ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଉଭୟ ସରକାର ମିଶି ମିଛି ମିଛିକା ପରସ୍ପର ବିରୋଧି ବୋଲି କହି ରାଜ୍ୟର ଖଣିଜ ସମ୍ପଦ, ଜଳ, ଜମି ଓ ଜଙ୍ଗଲ ଲୁଟ କରିଚାଲିଛନ୍ତି । ଏ ପରିସ୍ଥିତିରେ ସେମାନେ ଓଡ଼ିଆର ଅସ୍ମିତାର କଥା କହିବା ହାସ୍ୟାସ୍ପଦ । ବାସ୍ତବରେ କଂଗ୍ରେସ ଶାସନରେ ଓଡ଼ିଶାର କୃଷି, ଶିଳ୍ପ, ଗମନାଗମନର ବିକାଶ ସହିତ ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ବିକାଶ ସାଧିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ପାଇଁ କଂଗ୍ରେସ ସରକାର ବିଶେଷ ଧ୍ୟାନ ଦେଉଥିଲେ । ଓଡ଼ିଆ ଅସ୍ମିତାକୁ ରକ୍ଷା କରିବାପାଇଁ ଭାଷା ସାହିତ୍ୟ, ସଂସ୍କୃତିି, ପରମ୍ପରା ତଥା ଓଡ଼ିଆ ଗୌରବର ମାନ ବଢ଼ାଇବା ପାଇଁ ସଦାସର୍ବଦା ଅଙ୍ଗୀକାର ବଦ୍ଧ ଥିଲେ । ଓଡ଼ିଆ ଗଣମାଧ୍ୟମ, ପତ୍ରପତ୍ରିକା ଆଦିକୁ ଗୁରୁତ୍ୱ ଦେଉଥିଲେ । କିନ୍ତୁ ବର୍ତମାନ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି ବୋଲି ଡ. ମହାନ୍ତି କହିଛନ୍ତି । ଏଥିସହ ଯେଉଁମାନେ କହୁଛନ୍ତି କଂଗ୍ରେସ ଶାସନରେ ଓଡ଼ିଶାର ବିକାଶ ହୋଇନାହିଁ, ସେମାନଙ୍କୁ ଡ.ମହାନ୍ତି ଖୋଲା ବିତର୍କ ପାଇଁ ଆହ୍ୱାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking