30.1 C
Bhubaneswar
Monday, May 20, 2024
Homeଓଡିଶାମିର୍ଜା ଇସଲାମ ବେଗ ସମ୍ମାନୀତ

ମିର୍ଜା ଇସଲାମ ବେଗ ସମ୍ମାନୀତ

ଭୁବନେଶ୍ୱର – ବିଶିଷ୍ଟ ସମାଜସେବୀ ମିର୍ଜା ଇସଲାମ ବେଗ (ଛୋଟୁ) ଙ୍କୁ ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ଅଧ୍ୟକ୍ଷ ଆଡଭୋକେଟ ଜିଆଉଲ ହକ ଘୋଷଣା କରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ମିର୍ଜ ଇସଲାମ ବେଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ସେକ ତାକୱିମ୍ କହିଛନ୍ତି ଯେ ମିର୍ଜା ବେଗ ଜଣେ ସୁ ସଂଗଠକ । ସଂଖ୍ୟାଲଘୁ ସମ୍ପ୍ରଦାୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଶ୍ରୀ ବେଗ ନିଷ୍ଠାର ସହ କାର୍ଯ୍ୟକରୁଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନଙ୍କ ମଧ୍ୟରେ ସେ ଜଣେ ଆଦୃତ ଚେହେରା । ରାଜ୍ୟ ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଜିଆଉଲ ହକ କହିଛନ୍ତି ଯେ ମିର୍ଜା ବେଗ ଜଣେ ନିଷ୍ଠାବାନ ସଂଗଠକ ଏବଂ ତାଙ୍କ ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ଯୁବକ କାର୍ଯ୍ୟ କରୁଛନ୍ତି । ମନୋରଞ୍ଜନ ଦାଶ, ଅବଦୁଲ ସାଲାମ, ଅଶୋକ ଦାସ ବିଧାୟକ ପ୍ରାର୍ଥୀ ଉତର, ପ୍ରକାଶ ଜେନା ବିଧାୟକ ପ୍ରାର୍ଥୀ ଭୁବନେଶ୍ୱର ମଧ୍ୟମ, ପ୍ରଶନ୍ନ ନାୟକ, ସୁବ୍ରତ ମହାପାତ୍ର, ଶ୍ରୀୟାସ୍ମିତା ପଣ୍ଡା, ଲିପିକା, ମୋହନ ଜେନା, ମଂଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking