30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶସ୍ୱାମୀ-ସ୍ତ୍ରୀ ଲାଗିଲେ ଝଗଡ଼ା, କୁନି ଛୁଆକୁ କୁମ୍ଭୀର ମୁହଁକୁ ପକେଇଦେଲା ମାଆ

ସ୍ୱାମୀ-ସ୍ତ୍ରୀ ଲାଗିଲେ ଝଗଡ଼ା, କୁନି ଛୁଆକୁ କୁମ୍ଭୀର ମୁହଁକୁ ପକେଇଦେଲା ମାଆ

ବାଙ୍ଗାଲୋର: ଏମିତି ବାପା-ମାଆ କାହାକୁ ନମିଳନ୍ତୁ । ଛୁଆ ମୁକ ଜନ୍ମ ହେଲା ବୋଲି ପତ୍ନୀଙ୍କୁ ସବୁଦିନ ଗାଳି ଗୁଲଜ କରୁଥିଲା ସ୍ୱାମୀ । ଯେତେବେଳେ ସହିବାର ସୀମା ଟପିଲା ଆଉ ପତ୍ନୀଙ୍କ ସହିବାର ବନ୍ଧ ଭାଙ୍ଗିଲା, ସେତେବେଳେ ସେ ରାଗି ଯାଇ ନିଜ ଜନ୍ମ କଲା ଛୁଆକୁ ଏକ ନଦୀକୁ ଫିଙ୍ଗିଦେଲେ । ଯେଉଁଠିଥିଲେ ଶହ ଶହ କୁମ୍ଭୀର । ଏବେ ଆପଣ କୁହନ୍ତୁ ଏହା କେଉଁ ମାନସିକତା ? ଧନ୍ୟ ସେ ମାଆ ଆଉ ଧନ୍ୟ ସେ ବାପା ! ସ୍ୱାମୀ ଝଗଡ଼ା କରିବାରୁ ୬ ବର୍ଷର ଭିନ୍ନକ୍ଷମ ପୁଅକୁ କୁମ୍ଭୀର ଭର୍ତ୍ତି ନଦୀକୁ ଫିଙ୍ଗି ଦେଲା ମାଆ । ଦୁଇ ଦିନ ଖୋଜାଖୋଜି କରିବା ପରେ ଶେଷରେ ହାତ ନଥିବା ମୃତ ଶରୀର ଉଦ୍ଧାର କରିଛି ପୋଲିସ । କୁମ୍ଭୀର କାମୁଡାରେ ଛୁଆଟିର ଅବସ୍ଥା ଏପରି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏପରି ଏକ ହୃଦୟବିଦାରକ ଘଟଣା କର୍ଣ୍ଣାଟକର ଦଣ୍ଡେଲି ତାଲୁକ ଅଞ୍ଚଳରେ ଘଟିଛି ।

ପୋଲିସ କହିବା ଅନୁସାରେ, ମୃତ ପୁଅଟି ଜନ୍ମରୁ ମୂକ ଥିଲା । ସେ କଥା କହିପାରୁନଥିବାରୁ ସ୍ୱାମୀ ରବି କୁମାର (୨୭) ଓ ସ୍ତ୍ରୀ ସାବିତ୍ରୀ(୨୬)ଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ଏଥିପାଇଁ ରବି, ସାବିତ୍ରୀଙ୍କୁ ଦାୟୀ କରି ଆସୁଥିଲେ । ସେ କାହିଁକି ମୂକ ପୁଅକୁ ଜନ୍ମ ଦେଲେ ବୋଲି ରବି ସର୍ବଦା ସାବିତ୍ରୀଙ୍କ ସହ ଝଗଡ଼ା କରୁଥିଲେ । ଶନିବାର ମଧ୍ୟ ସମାନ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ସାବିତ୍ରୀ କୁମ୍ଭୀର ଭର୍ତ୍ତି ଥିବା ନଦୀକୁ ଫିଙ୍ଗି ଦେଇଥିଲେ । ଏନେଇ ପଡୋଶୀଙ୍କ ପକ୍ଷରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛୁଆଟିକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲା । କିନ୍ତୁ ସେଦିନ ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସଫଳ ହୋଇନଥିଲା । ପର ଦିନ ଛୁଆଟିର ମୃତଦେହ ଉଦ୍ଧାର କରାଯାଇଛି । ଶରୀରରେ ଏକାଧିକ କ୍ଷତ ଚିହ୍ନ ସହ ଗୋଟେ ହାତ ନଥିବାରୁ କୁମ୍ଭୀର ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking