30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଫାଷ୍ଟଫୁଡ ଖାଉଛନ୍ତି କି ସାବଧାନ! ମାୟାନଗରୀରେ ଚାଲିଗଲା ଯୁବକଙ୍କ ଜୀବନ

ଫାଷ୍ଟଫୁଡ ଖାଉଛନ୍ତି କି ସାବଧାନ! ମାୟାନଗରୀରେ ଚାଲିଗଲା ଯୁବକଙ୍କ ଜୀବନ

ମୁମ୍ବାଇ: ରାସ୍ତାକଡ଼ ଦୋକାନରୁ ଫାଷ୍ଟଫୁଡ୍ ଖାଇ ଯୁବକ ମୃତ । ବିଷାକ୍ତ ଖାଦ୍ୟ ଯୋଗୁ ଏପରି ହୋଇଥିବା ଜଣାପଡ଼ିଛି । ଏଭଳି ଅଘଟଣ ଘଟିଛି ମହାରାଷ୍ଟ୍ରର ମୁମ୍ବାଇ ସହରରେ । ମନଖୁର୍ଦ ସ୍ଥିତ ମହାରାଷ୍ଟ୍ରନଗରରେ ବିକ୍ରି ହେଉଥିବା ଶୋରମା ଖାଇବା ପରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଅସୁସ୍ଥ ଥିବା ଜଣାପଡ଼ିଛି । ମୃତ ଯୁବକ ପ୍ରଥମେଶ ଭୋକସେଙ୍କର ବୟସ ୧୯ ବର୍ଷ ହୋଇଥିବା ଜଣାପଡ଼ିଛି । ଖାଦ୍ୟ ଖାଇ ସେ ଅସୁସ୍ଥ ହୋଇପଡ଼ିଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେଶଙ୍କର ମୃତ୍ୟୁ ଘଟିଛି । ଏହି ମାମଲାରେ ମୁମ୍ବାଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ନେଇ ବରିଷ୍ଠ ପୋଲିସ ଅଧିକାରୀ ରାଜେଶ ସିନ୍ଦେ ସୂଚନା ଦେଇଛନ୍ତି । ମୃତକଙ୍କ ସମ୍ପର୍କୀୟ ହମିଦ ଅବାସ ସାଏଦ (ବୟସ ୪୦ବର୍ଷ) ଏନେଇ ଟ୍ରମ୍ବେ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ୨ ଜଣ ଫାଷ୍ଟଫୁଡ ଦୋକାନୀଙ୍କୁ ଗିରଫ କରିବା ସହ ଛାନଭିନ ଚଳାଇଛି ।

ତେବେ ଗିରଫ ଦୁଇ ଜଣ ବ୍ୟକ୍ତି ହେଲେ ଆନନ୍ଦ କମ୍ବଲେ ଓ ମହମ୍ମଦ ଅହମ୍ମଦ ରେଜା ଶେଖ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମେଶ ସେହି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ଗତ ୩ ତାରିଖ ସନ୍ଧ୍ୟା ସମୟରେ ସେ ସମ୍ପୃକ୍ତ ଦୋକାନକୁ ଫାଷ୍ଟଫୁଡ୍ ଖାଇବାକୁ ଯାଇଥିଲେ । ସେଠାରେ ସେ ଶୋରମା ଖାଇବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ପରଦିନ ପ୍ରବଳ ବାନ୍ତି ଓ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଯଦିଓ ସେ ସାମାନ୍ୟ ସୁସ୍ଥ ହୋଇଥିଲେ, ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରୁ ଗତ ୫ ତାରିଖରେ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ, ସେଠାରେ ଖାଇଥିବା ଆହୁରି ୧୨ ଜଣ ମଧ୍ୟ ଅସୁସ୍ଥ ହେବାରୁ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଅସୁସ୍ଥ ଥିବା ଅନ୍ୟ ବ୍ୟକ୍ତିମାନେ ସୁସ୍ଥ ଥିବା ଜଣାପଡ଼ିଛି । ପୋଲିସର ସୂଚନା ଅନୁଯାୟୀ, ସେମାନଙ୍କ ମଧ୍ୟରେ ଜଣେ ମହିଳା ବି ରହିଥିଲେ । ତେବେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking