29.4 C
Bhubaneswar
Saturday, May 4, 2024
Homeଓଡିଶାବ୍ରାଉନ ସୁଗର ସହ ଜଣେ ଗିରଫ

ବ୍ରାଉନ ସୁଗର ସହ ଜଣେ ଗିରଫ

ଭୁବନେଶ୍ୱର : ବ୍ରାଉନ ସୁଗର ବିକ୍ରି ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ଖୋର୍ଦ୍ଧ ସଦର ଥାନା ଅଞ୍ଚଳର ପ୍ରଭାତ କୁମାର ସାମନ୍ତସିଂଙ୍ଘାର(୪୫) । ସୂଚନା ଯୋଗ୍ୟ ଯେ, ନନ୍ଦନକାନନ ଥାନା ବଟାନିକାଲ ଗାର୍ଡେନ ଛକ ନିକଟରେ ଜଣେ ବ୍ୟକ୍ତି ବ୍ରାଉନ ସୁଗର ବିକ୍ରି କରୁଥିବା ସୂଚନା ପାଇଥିଲେ । ସୂଚନା ଆଧାରରେ ଥାନାର ଏକ ଟିମ ସେଠାରେ ଅତର୍କିତ ଚଢଉ କରି ବେଆଇନ ବ୍ରାଉନ ସୁଗାର ବିକ୍ରି ପ୍ରଭାତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ତାଙ୍କ ହେପାଜତରୁ ମୋଟ ୨୦ ଗ୍ରାମ ଓଜନର ବ୍ରାଉନ ସୁଗର, ଏକ ମୋବାଇଲ ଫୋନ, ଏକ ମୋଟରସାଇକେଲ ଏବଂ ୩୮୦ ଟଙ୍କା ଜବତ କରିଥିଲେ । ପଚରାଉଚରା ବେଳେ ନିଜର ଅପରାଧ ସ୍ୱୀକାର କରିବା ପରେ ଏହି ଘଟଣାକୁ କେନ୍ଦ୍ରକରି ନନ୍ଦନକାନନ ଥାନା ପୁଲିସ ଏକ ବେଆଇନ ବ୍ରାଉନ ସୁଗର ବିକ୍ରୟ ଜନିତ ମାମଲା ରୁଜୁ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking