30.1 C
Bhubaneswar
Friday, May 3, 2024
Homeଅପରାଧଶାରୀରିକ ସମ୍ପର୍କ ପରେ ଜୀବନରୁ ମାରିବାକୁ ଧମକ ଦେଇ ପ୍ରେମିକ ଗିରଫ

ଶାରୀରିକ ସମ୍ପର୍କ ପରେ ଜୀବନରୁ ମାରିବାକୁ ଧମକ ଦେଇ ପ୍ରେମିକ ଗିରଫ

ଭୁବନେଶ୍ୱର:  ବିବାହ କରିବାକୁ କହିବାରୁ ମାରିବାକୁ ଧମକ ଦେଇ ଜଣେ ଯୁବକଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ଖଣ୍ଡଗିରି ଥାନା ଅଞ୍ଚଳର ଦିପୁ ଓରଫ ବିକ୍ରମ ଜୟସିଂ(୩୨) । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ଏୟାରପୋର୍ଟ ଥାନା ଅଞ୍ଚଳରେ ଭଡାରେ ରୁହନ୍ତି । ଗତ ୯ବର୍ଷ ତଳେ ସେ ଏକ ବେସରକାରୀ ସଂସ୍ଥାରେ କୋ-ଅର୍ଡିନେଟର ଭାବେ ଚାକିରି କରୁଥିବା ବେଳେ, ଅଭିଯୁକ୍ତ ବିକ୍ରମ ବି ଉକ୍ତ ସଂସ୍ଥାରେ ଟେକନିସିଆନ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ଚାକିରି କରୁଥିବା ସମୟରେ ଅଭିଯୋଗକାରିଣୀ ବିକ୍ରମଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବାର କିଛି ଦିନ ପରେ ଅଭିଯୁକ୍ତ ଜଣକ ତାଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଗତ ୧୭ ମାସ ହେବ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ । ହେଲେ ଯେତେବେଳେ ଅଭିଯୋଗକାରିଣୀ ତାଙ୍କୁ ବିବାହ କରିବା ପାଇଁ କହିଥିଲେ, ଅଭିଯୁକ୍ତ ତାଙ୍କୁ ବିବାହ କରିବା ଲାଗି ମନା କରିଦେଇଥିବା ବେଳେ ପରେ ସେ ଏବଂ ତାଙ୍କ ମା ଅଭିଯୋଗକାରିଣୀଙ୍କୁ ନାନା ପ୍ରକାର ଧମକଚମକ ଦେବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏନେଇ ସେ ପୁଲିସରେ ଅଭିଯୋଗ ଦେବାରୁ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିକ୍ରମକୁ କାବୁ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିବାରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking