27.1 C
Bhubaneswar
Tuesday, May 7, 2024
Homeଓଡିଶାବାୟା କଲା ନାଲିପାଣି: ଡେଇଁ ଡେଇଁ ନାଚଗୀତ କରି ନିଜ ଘରେ ନିଆଁ ଲଗାଇ ଦେଲା...

ବାୟା କଲା ନାଲିପାଣି: ଡେଇଁ ଡେଇଁ ନାଚଗୀତ କରି ନିଜ ଘରେ ନିଆଁ ଲଗାଇ ଦେଲା ମଦ୍ୟପ ଯୁବକ

ମାତାଲ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଡେଇଁ ଡେଇଁ ନାଚଗୀତ କରି ନିଜ ଘରେ ନିଆଁ ଲଗାଇ ଦେଲା ମଦ୍ୟପ ଯୁବକ । ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୌଭାଗ୍ୟବଶଃତ ଘର ଭିତରେ କେହି ନଥିବାରୁ ମୃତାହତର ସୂଚନା ନାହିଁ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ସାହାଜଖାଲ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

ଗତକାଲି ରାତିରେ ସଂପୃକ୍ତ ଯୁବକ ଜଣଙ୍କ ମଦ ପିଇ ଆସି ଘରେ ପହଞ୍ଚିଥିଲେ । ଆଉ ତା’ପରେ କେହି କିଛି ଜାଣିବା ପୂର୍ବରୁ ଘରେ ନିଆଁ ଲଗାଇ ଦେଇଥିଲେ । ପାଖ ପଡ଼ୋଶୀ ଯୁବକଙ୍କୁ ଘରେ ନିଆଁ ନ ଲଗାଇବା ପାଇଁ ଯେତେ ବାରଣ କରିଥିଲେ ମଧ୍ୟ ଯୁବକ ଜଣଙ୍କ କିଛି ଶୁଣି ନଥିଲେ । ଭିଡିଓରେ ସ୍ପଷ୍ଟ ଦେଖିବା ପାଇଁ ମିଳୁଛି, ଯୁବକ ଜଣକ ନିଆଁ ଲଗାଇବା ପରେ ଉଦଣ୍ଡ ନୃତ୍ୟ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking