30.1 C
Bhubaneswar
Friday, May 3, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱା କୁ ବାଇକ ଧକ୍କା ଦେଇଛି । ଫଳରେ ଘଟଣା ସ୍ଥଳରେ ଜଣେ ଫାର୍ମାସିଷ୍ଟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ୧୦୨ ଚାଳକ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ ଫାର୍ମାସିଷ୍ଟଙ୍କ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ଗୁଆଲିପଡା ଗ୍ରାମର ସତ୍ୟବ୍ରତ ବେହେରା ହୋଇଥିବା ବେଳେ ଆହତ ଜଣଙ୍କ ପିରହାଟ ଥାନା ଅଧିନ କାନପୁର ଗ୍ରାମର ଗଣେଷ ପାଣ୍ଡବ ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୧୧ ଟା ସମୟରେ ସତ୍ୟବ୍ରତ ଓ ଗଣେଶ ବାଇକ ଯୋଗେ କାନପୁରରୁ ତିହିଡି ଯାଉଥିଲେ । ଏହି ସମୟରେ ଫତେପୁର ଛକ ନିକଟରେ ରାସ୍ତା ଉପରେ ଛିଡା ହୋଇଥିବା ଏକ ହାଇୱାକୁ ଧକ୍କା ଦେଇଥିଲେ । ଫଳରେ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଆହତ ଅବସ୍ଥାରେ ସେମାନଙ୍କୁ ତିହିଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ । ଏବଂ ଗୁରୁତର ଆହତ ଗଣେଶଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking