29.4 C
Bhubaneswar
Saturday, May 4, 2024
Homeଓଡିଶାଏଣିକି ଅଦାଲତରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନିୟମିତ ହାଜର ହେବାକୁ ହେବ

ଏଣିକି ଅଦାଲତରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନିୟମିତ ହାଜର ହେବାକୁ ହେବ

ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା । ଟାଟା ମୋଟର୍ସ ଠକେଇ ମାମଲାରେ ସ୍ଥଗିତାଦେଶକୁ ଉଠାଇଦେଲେ କୋର୍ଟ । ଏଣିକି ଅଦାଲତରେ ନିୟମିତ ହାଜର ହେବାକୁ ହେବ । ହାଇକୋର୍ଟଙ୍କ ଆଦେଶକୁ ସେ ନିୟମିତ ଭାବେ ଅବମାନନା କରିଆସୁଥିଲେ । କୋର୍ଟରେ ହାଜର ହେଉନଥିଲେ ପ୍ରଦୀପ । ଯାହାର ବିଚାର କରି ସମସ୍ତ ସ୍ଥଗିତାଦେଶକୁ ହଟାଇ ଦେଇଛନ୍ତି କୋର୍ଟ । ପ୍ରଦୀପଙ୍କ ସହ ଅନ୍ୟ ଅଭିଯୁକ୍ତ ବି ହାଜର ହେବେ । ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଅଛନ୍ତି । ତାଙ୍କ ବିରୋଧରେ ମିଛ କହି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲୋକଙ୍କୁ ଠକିଥିଲେ । ଟାଟା ମୋଟର୍ସରେ ପାସେଞ୍ଜର ଡିଭିଜନରେ ଚାକିରି ଦେବେ କହିଥିବା ନେଇ ଅଭିଯୋଗ ହୋଇଥିଲା । ଲକ୍ଷ ଲକ୍ଷ ଟଙ୍କା ଲୋକଙ୍କଠୁ ଠକିଥିବା ନେଇ ଅଭିଯୋଗ ହୋଇଥିଲା । ଠକେଇରେ ପ୍ରଦୀପଙ୍କ ସହଯୋଗୀ ଥିଲେ ଭାବୀ ଜ୍ବାଇଁ ଆକାଶ ପାଠକ । ଏହାକୁ ନେଇ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ ଅଭିଯୋଗ କରିବା ସହ ଠକେଇର ଶିକାର ଲୋକେ ମଧ୍ୟ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking