35.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶବିବାହ ପରେ ଖୁସି ଖବର ପାଇଁ ୧୫ ଦିନ ଛୁଟି ଆବଶ୍ୟକ ; ୟୁପି ପୋଲିସ...

ବିବାହ ପରେ ଖୁସି ଖବର ପାଇଁ ୧୫ ଦିନ ଛୁଟି ଆବଶ୍ୟକ ; ୟୁପି ପୋଲିସ କନଷ୍ଟେବଳଙ୍କ ଅନୋଖା ଆବେଦନ

ୟୁପି : ଉତ୍ତର ପ୍ରଦେଶ ବାଲିୟା ଜିଲ୍ଲା ରେ ପୋଷ୍ଟ ହୋଇଥିବା ପୁଲିସ କନଷ୍ଟେବଳଙ୍କ ଛୁଟି ଆବେଦନ ଭାଇରାଲ ହୋଇଛି । କନଷ୍ଟେବଳ ନିଜ ଚିଠି ରେ ଲେଖିଛନ୍ତି କି , ବିବାହ କୁ ୭ ମାସ ପୁରି ଗଲାଣି । କିନ୍ତୁ ଏ ଯାଏଁ କିଛି ବି ଖୁସି ଖବର ଆସିନି । ଏ ନେଇ ୧୫ ଦିନ ର ଛୁଟି ଆବେଦନ କରିଛନ୍ତି କନଷ୍ଟେବଳ । ଜିଲ୍ଲାରେ ୧୧୨ କଲ ସେଣ୍ଟର ଗୋରଖପୁର ରେ ପୋଷ୍ଟିଂ ହୋଇଥିବା କନଷ୍ଟେବଳ ଆବେଦନ କରିଛନ୍ତି । ତେବେ ଏହି ଚିଠି ଟି ଭାଇରାଲ ହେବା ପରେ ୟୁପି ପୋଲିସ ବିଭାଗରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ୨୪ ଘଣ୍ଟାର ଡ୍ୟୁଟି ପରେ ପୁଲିସ କର୍ମଚାରୀ ମାନଙ୍କୁ ନିଜ ସମ୍ପର୍କୀୟ ମାନଙ୍କ ସହ ବା ସୁଖ ଦୁଖ ରେ ସାମିଲ ହେବାକୁ ସମୟ ମିଳି ନ ଥାଏ ।ପୁଲିସ ବିଭାଗରେ ଛୁଟି ମିଳୁ ନ ଥିବାରୁ ଅନେକ ଏହି କାର୍ଯ୍ୟକୁ ଅଲବିଦା ମଧ୍ୟ କହିଥାନ୍ତି । ଏହା ସହ ଆତ୍ମହତ୍ୟା କୁ ଆପଣାଇ ନେଇଥିବା କଥା ମଧ୍ୟ ଅନେକ ଥର ସାମ୍ନାକୁ ଆସିଛି । ପୁଲିସ ବିଭାଗର କର୍ମଚାରୀ ନା କୈାଣସି ପର୍ବ ପର୍ବାଣୀରେ ସାମିଲ ହୁଅନ୍ତି ନା କୈାଣସି ମାଙ୍ଗଳିକ କାର୍ଯ୍ୟ ରେ ନିଜ ସମାଜ ଓ ଦେଶର ହିତ ପାଇଁ କାମ କରୁଥିବା ବେଳେ ନିଜ ଘରକୁ ବି ସମୟ ଦେଇ ପାରନ୍ତି ନାହିଁ । ତେବେ ସୂଚନା ଅନୁଯାୟୀ , ୟୁପି ପୋଲିସ ବିଭାଗରେ ମହିଳାଙ୍କ ମାତୃତ୍ୱ ପାଇଁ ଛୁଟି ଏବଂ ପୁରୁଷ ଙ୍କ ପୈତ୍ରୁକ ପାଇଁ ଛୁଟି ରହିଛି । ମହିଳା ମାନଙ୍କ ପାଇଁ ୧୮୦ ଦିନ ଏବଂ ପୁରୁଷ ମାନଙ୍କ ପାଇଁ ୧୫ ଦିନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking