30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶ୨୦୨୪ ପାଇଁ ପ୍ରସ୍ତୁତି ନା ପାର୍ଥ ଚାଟାର୍ଜୀ , ମମତା ବାନାର୍ଜୀ କ୍ୟାବିନେଟରେ ପୁନଃ...

୨୦୨୪ ପାଇଁ ପ୍ରସ୍ତୁତି ନା ପାର୍ଥ ଚାଟାର୍ଜୀ , ମମତା ବାନାର୍ଜୀ କ୍ୟାବିନେଟରେ ପୁନଃ ପରିବର୍ତ୍ତନ କରିବାର କାରଣ କଣ ?

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟ ସରକାରରେ ଏକ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ କ୍ୟାବିନେଟରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ୩-୪ ନୂତନ ମନ୍ତ୍ରୀ ତାଙ୍କ ସରକାରରେ ଯୋଗ ଦେଇପାରନ୍ତି । ଏଥି ସହିତ ପ୍ରାୟ ୫ ଜଣ ମନ୍ତ୍ରୀଙ୍କୁ ମଧ୍ୟ ବିଦା କରାଯାଇ ପାରେ । ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏ ବାବଦରେ ଏକ ବିବୃତ୍ତି ଦେଇ ବଙ୍ଗଳାର ରାଜନୈତିକ କରିଡରରେ ବିଶେଷ କରି କୋଲକାତାରେ ଆଲୋଡ଼ନ ସୃଷ୍ଟି କରିଛନ୍ତି । ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ଏହି ସମୟରେ ସେ ଅନେକ ମନ୍ତ୍ରଣାଳୟର ଦାୟିତ୍ୱରେ ଅଛନ୍ତି। ଅନେକ ବିଭାଗ ମନ୍ତ୍ରୀଙ୍କ ବିନା କାର‌୍ୟ୍ୟ କରୁଛନ୍ତି, ମୁଁ ସମସ୍ତ ଦାୟିତ୍ତ୍ୱ ପୂରଣ କରିପାରିବି ନାହିଁ, ତେଣୁ ଶୀଘ୍ର ପଶ୍ଚିମବଙ୍ଗରେ ନୂତନ କ୍ୟାବିନେଟ ବିସ୍ତାର ହେବାର ଖବର ଭାଇରାଲ ହେବାରେ ଲାଗିଛି। ଏହି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁଯାୟୀ ସିଏମ ମମତା ବାନାର୍ଜୀ ନିଜେ ବଙ୍ଗଳା ସରକାରରେ ପ୍ରାୟ ୪ରୁ ୫ଟି ନୂଆ ଚେହେରା ଅନ୍ତର୍ଭୁକ୍ତ କରିଥିବା ନିଶ୍ଚିତ କରିଛନ୍ତି। ତେବେ ନୂଆ ଚେହେରା ମଧ୍ୟରେ କିଏ ରହିବେ ସେନେଇ କଳ୍ପନାଜଳ୍ପନା ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking